Take a fresh look at your lifestyle.

ବଳରାମପୁରରେ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0 16

ଢେଙ୍କାନାଳ : ଓଡାପଡା ବ୍ଲକ୍ ବଳରାମପୁର ପଂଚାୟତର ଐତିହ୍ୟ ସଂପନ୍ନ ବଳରାମପୁର ଗ୍ରାମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବଳରାମପୁର ଗ୍ରାମ ପରିଚାଳନା ପରିଷଦ ପକ୍ଷରୁ ବନ୍ଧାଇ ହୋଇଥିବା ମାନପତ୍ର ସହ ଉତରୀୟ ପ୍ରଦାନ ପୂର୍ବକ ଗତ ବୁଧବାର ୫ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା ସକ୍ରିୟ ନାଗରିକ ପରିଷଦର ସଭାପତି ଶିକ୍ଷାବିତ୍ ପ୍ରଦ୍ୟୁମ୍ନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିତାମାତାଙ୍କ ସେବା ଈଶ୍ୱରଙ୍କ ଠାରୁ ମଧ୍ୟ ବଡ ସେବା ବୋଲି ମତପ୍ରକାଶ କରିଥିଲେ ।

ବୟସ୍କ ପିତାମାତା ସ୍ୱରୂପ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରିବାର ଏହି ପରଂପରା ଆମ ଐତିହ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଛି । ରାମ, କୃଷ୍ଣ ଓ ପର୍ଶୁରାମ ଆଦି ଅବତାରମାନଙ୍କରେ ମହାପ୍ରଭୁ ଆମ୍ଭମାନଙ୍କୁ ପିତାମାତା ସେବା ସର୍ବାଗ୍ରେ ବୋଲି ପଥ ପ୍ରଦର୍ଶନ କରିଯାଇଛନ୍ତି । ଏହି ପୂଜ୍ୟପୂଜା ସମାରୋହରେ ଗ୍ରାମ ପରିଚାଳନା ପରିଷଦର ସଭାପତି ଅମ୍ବିକା ପ୍ରସାଦ ଜେନା ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ସୁଶାନ୍ତ କୁମାର ଧଳ ସଭା ପରିଚାଳନା କରିଥିଲେ ।

ସମାଜସେବୀ ସରୋଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସରୋଜ ପରିଡା, ଜୟନ୍ତ ଧଳ, ପ୍ରକାଶ ଚନ୍ଦ୍ର ପାତ୍ର, ସୁବିଣ ପାତ୍ର ଓ ବବିତା ପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଗୀତାରାଣୀ ଦଳେଇ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଅତିଥିଙ୍କୁ ଫୁଲଚନ୍ଦନ ଦେଇ ଓ ରକ୍ଷାସୂତ୍ର ବାନ୍ଧି ସ୍ୱାଗତ କରିଥିଲେ ।

ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦୫ ବର୍ଷର ବୟୋଜ୍ୟେଷ୍ଠ ଜୟାନନ୍ଦ ପାତ୍ର, ବରିଷ୍ଠ ଶିକ୍ଷାବିତ୍ ମାୟାଧର ମାଝି, ରାମଚନ୍ଦ୍ର ପାତ୍ର, ହୃଦାନନ୍ଦ ରାଉତ, ସାରଙ୍ଗଧର ପାତ୍ର, ପଙ୍କଜ ଲୋଚନ ପାତ୍ର, ବ୍ରଜ କିଶୋର ତ୍ରିପାଠୀ, ସୁଧାକର ଜେନା, ଅଭିମନୁ୍ୟ ନାୟକ, ଚନ୍ଦ୍ରଶେଖର ମାଝି, ଚିନ୍ତାମଣି ସେଠୀ, ଶ୍ରୀଧର ପରିଡା, ନିରଞ୍ଜନ ନାୟକ, ମଧୁସୂଦନ ନାୟକ, ଶରତ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ପାତ୍ର, ପରମାନନ୍ଦ ପରିଡା, ଚାରୁଲତା ପାତ୍ର, ଅହଲ୍ୟା ଖୁଂଟିଆ, କୁନା ଖଂଟୁଆ, ଚତୁରୀ ସାହୁ ଓ ମାଧୁରୀ ପାତ୍ର ସାମିଲ୍ ହୋଇଥିଲେ ।

- Advertisement -

Leave A Reply

Your email address will not be published.