Take a fresh look at your lifestyle.

ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ଵାରା ବାଳିକା ଛାତ୍ରାବାସ ଉଦଘାଟିତ

0 64

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜରେ ଗୁରୁବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକା ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି ।  ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ମନ୍ତ୍ରୀକୁ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ମନ୍ତ୍ରୀଙ୍କ ଉନ୍ନୟନ ପାଣ୍ଠିରୁ ସହାୟତା ମାଧ୍ୟମରେ କଲେଜର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

କଲେଜର ଖେଳ ପଡିଆର ସ୍ଥିତିକୁ ଅନୁଧ୍ୟାନ କରାଯିବା ସହିତ ବାକିଥିବା ସମସ୍ୟା ଗୁଡିକ ସମାଧାନ କରାଯିବା ବୋଲି କହିଥିଲେ । ଏହି ନୂତନ ଛାତ୍ରୀ ଛାତ୍ରାବାସରେ କଲେଜର ୬୦ ଜଣଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ଥିବା ବେଳେ ୪୧ ଜଣ ଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି । ଛାତ୍ରାଵାସ ସୁରକ୍ଷା, ରୋଷେଇ ଓ ଶୈ।ଚ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏହି ଛାତ୍ରାବାସକୁ ଉନ୍ନତ ମାନର କରାଯିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

କଲେଜର ଅଧ୍ୟକ୍ଷ ପ୍ରଫେସର ଅଜିତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଵ୍ଲକ ଅଧକ୍ଷ ଧର୍ମାନନ୍ଦ ଵରାଳ, ଏ ନ ଏସି ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ସମ୍ପାଦକ ସଞ୍ଜିବ କୁମାର ପୃଷ୍ଟି ,ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର, ଅଧ୍ୟାପକ ପ୍ରଭାତ କୁମାର ଜେନା, କଲେଜର ବରିଷ୍ଠ କର୍ମଚାରୀ କୈଳାସ ଚନ୍ଦ୍ର ବେହେରା, ନନ୍ଦକିଶୋର ଧିର, ଶ୍ରୀବତ୍ସ ଥାଟୋଇଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.