Take a fresh look at your lifestyle.

ପଞ୍ଜାବ ରେ ଏଥର କଗ୍ରେସ ନୁହେଁ, ଆମ ଆଦମୀ ପାର୍ଟି ସରକାର କରିବ:ସି-ଭୋଟର ସର୍ଭେ

0 22

Get real time updates directly on you device, subscribe now.

ଚଣ୍ଡିଗଡ଼: ଦେଶ ର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ପଞ୍ଜାବରେ ଏଥର କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ସୂଚନା ଦେଇଛି । ସର୍ଭେ ଅନୁଯାୟୀ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି କି ଚଳିତ ନିର୍ବାଚନ ରେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିପାରୁ ନାହାନ୍ତି ।

ପଞ୍ଜାବର ୬୬ ପ୍ରତିଶତ ଲୋକ ଚାହୁଁଛନ୍ତି ପଞ୍ଜାବରେ ସରକାର ପରିବର୍ତ୍ତନ ହେଉ । ୩୪ ପ୍ରତିଶତ ଲୋକ ଚାହୁଁଛନ୍ତି ସରକାର ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ଗତଥର ପଞ୍ଜାବରେ କଂଗ୍ରେସ ୭୭ ଟି ଆସନ ଜିତିଥିଲା, ହେଲେ ଆସନ୍ତା ନିର୍ବାଚନରେ ପଞ୍ଜାବବାସୀ କିଛି ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି ।

 ରିପୋର୍ଟ ଅନୁଯାୟୀ ଆପ୍-୩୨%,କଂଗ୍ରେସ-୨୭%, ଅକାଳୀ ଦଳ,-୧୧% ଭୋଟ ପାଇବେ ତେବେ ପଞ୍ଜାବରେ ୨୧ ପ୍ରତିଶତ ଭୋଟର କେଉଁ ଦଳକୁ ଭୋଟ ଦେବେ ସ୍ଥିର କରିନଥିବା ସୂଚନା ଦେଇଛି ଏବିପି ସର୍ଭେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.