Take a fresh look at your lifestyle.

ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

0 12

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛ l ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ର ବିକାଶ କୁ ଅଗ୍ରାଧିକାର ଦିଅ l

ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କର l ଏହାସହିତ ସେ କହିଛନ୍ତି ଯେ 5ଟି ଅନ୍ତର୍ଗତ ସ୍କୁଲ ମାନଙ୍କର ରୂପାନ୍ତରଣ କାର୍ଯ୍ୟରେ ସ୍କୁଲର ମ୍ୟାନେଜିଙ୍ଗ କମିଟିକୁ ସାମିଲ କର l ଠିକାଦାର ମାନଙ୍କ ଭରସା ରେ ନିର୍ମାଣ କାର୍ଯ୍ୟ କୁ ନଛାଡି ବିଭାଗୀୟ ଅଧିକାରୀ ମାନେ ନିଜେ ସମସ୍ତ କାର୍ଯ୍ୟର ତଦାରଖ କରନ୍ତୁ l 

ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ମିଶନ ଶକ୍ତି ବଜାର, ମିଶନ ଶକ୍ତି ଭବନ ଏବଂ ମିଶନ ଶକ୍ତି ଗୃହ ର ନିର୍ମାଣ କାର୍ଯ୍ୟ ସମ୍ପର୍କ ରେ ମଧ୍ୟ ସମୀକ୍ଷା କରାଯାଇଥିଲା l ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାଇ ସହରାଞ୍ଚଳ ରେ ପ୍ରତି ୱାର୍ଡ ରେ ଗୋଟେ ଲେଖାଏଁ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ l

ତଦନୁଯାଇ ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ 23ଟି ୱାର୍ଡ ରୁ 11ଟି ରେ ଗୃହ ନିର୍ମାଣ କାମ ସରିଛି l 2ଟି ର ଛାତ ପଡିଛି ଓ 3ଟି ର ଫାଉଣ୍ଡେସନ ପର୍ଯ୍ୟନ୍ତ ଏବଂ 1ଟି ର ପ୍ଲିନ୍ତ ପର୍ଯନ୍ତ ନିର୍ମାଣ କାର୍ଯ୍ୟ ସରିଛି l

ଯେଉଁ ଅଙ୍ଗନବାଡି କେନ୍ଦ୍ର ଗୁଡିକର ପାନୀୟ ଜଳ ଓ ବିଦ୍ୟୁତ କରଣ ବ୍ୟବସ୍ଥା କରାଯାଇନି ତୁରନ୍ତ ଏହାକୁ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

ଜିଲ୍ଲାରେ ମିଲେଟ କାଫେ ର ସଫଳତା ର ସମୀକ୍ଷା କରି ଜିଲ୍ଲାପାଳ କହିଥିଲେ ଯେ ଏଯାବତ 8ଟି ବ୍ଲକରେ 8ଟି ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟରେ 1ଟେ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ 1ଟେ ଏବଂ ଜିଲ୍ଲାପରିଷଦ କାର୍ଯ୍ୟାଳୟ ରେ 1ଟେ ମୋଟ 11ଟି ମିଲେଟ କାଫେ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି l

ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ବିଶ୍ୱାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ସଦର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.