Take a fresh look at your lifestyle.

ପ୍ରଜ୍ଞାନ ମିଶନ ଦ୍ୱାରା ଗୀତା ଆବୃତି କାର୍ଯ୍ୟକ୍ରମ

0 10

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପ୍ରଜ୍ଞାନ ମିଶନ ଜଗତପୁର ତରଫରୁ ଏକ ଗୀତା ଆବୃତି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୪ଟି ବିଭାଗରୁ ୯୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ’ ବିଭାଗରୁ ୩୦ଜଣ, ଖ’ ବିଭାଗରୁ ୪୬ଜଣ, ଗ’ ବିଭାଗରରୁ ୧୫ଜଣ ଏବଂ ଘ’ ବିଭାଗରୁ ୨ଜଣ ଭାଗ ନେଇଥିଲେ । ମୋଟ୍ ୧୧ଜଣ ପୁରସ୍କୃତ ହୋଇଅଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ଟି ସ୍କୁଲ୍ର ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି । ପୁରୀରୁ ଅନିର୍ବାଣାନନ୍ଦ ଗିରି ମହାରାଜ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲାର ଗୀତା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଦୀପ୍ତିସ ପ୍ରସାଦ ପଟ୍ଟନାୟକ ସଂଯୋଜନା କରିଥିଲେ ।

ଢେଙ୍କାନାଳ ଜିଲ୍ଲାର ଯୁଧିଷ୍ଠିର ସାହୁ, ଭୁବନାନନ୍ଦ ସାହୁ ଏବଂ ଶରତ କୁମାର ବେହେରା ପରିଚାଳନା କରିଥିଲେ । ବିଚାରକ ଭାବେ ପରେଶ ପଟ୍ଟନାୟକ, ଅବନୀ ମିଶ୍ର, ପ୍ରମୋଦ ବରାଳ, ରବିନାରାୟଣ ପଣ୍ଡା, ଡଃ. ନିରଞ୍ଜନ ଦାସ, ଲିପିକ ଭଉଣୀ, ଲୀନା ଭଉଣୀ ଏବଂ ମୋନାଲିସା ଭଉଣୀ ସାହାଯ୍ୟ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.