Take a fresh look at your lifestyle.

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୩ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

0 3

Get real time updates directly on you device, subscribe now.

ଭୁବନ ୨୨.୯- ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇ ୩ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ମୃଦଙ୍ଗା ଗ୍ରାମର କଳାକାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଅବକାରୀ କମିଶନର ନରସିଂହ ଭୋଳ,ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ ରେ ଭୁବନ ଅବକାରୀ ବିଭାଗ ଓ ଆଇ ସି ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

ପାର୍ବଣ ଋତୁ ଆଗମନ ଯୋଗୁ ଭୁବନ ଅଞ୍ଚଳରେ ଚୋରା ଦେଶୀ ମଦ ଓ ଗଞ୍ଜେଇ ପ୍ରସ୍ତୁତ ଏବଂ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ ଅନୁଯାୟୀ ରୀତିମତ ଚଢ଼ାଉ କରାଯିବ ବୋଲି ଅବକାରୀ ବିଭାଗ ଓ ଆଇ ସି ସୌଭାଗ୍ୟ ମିଶ୍ର ସୂଚନା ଦେଇଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.