Take a fresh look at your lifestyle.

ବଜ୍ରପାତରେ ୧୩ ଗାଈଗୋରୁ ସମେତ ଜଣେ ଚାଷୀ ମୃତ

0 1

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବର୍ଷା ହେଉଥିବା ବେଳେ ହଠାତ୍ ବଜ୍ରପାତ ହୋଇ ୧୩ ଗାଈ ଗୋରୁ ମୃତ୍ୟୁବରଣ କରିଛନ୍ତି ।

ସେହିପରି ସଦର ବ୍ଲକ ସାଙ୍କୁଲେଇ ଗ୍ରାମରେ ବିଲରେ କାମ କରୁଥିବା ଚାଷୀ ଶରତ ବଶ୍ୱାଳ(୪୩)ଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଛି । ଆରଦା ଗ୍ରାମର ଶେଷଦେବ ରାଉତଙ୍କର ୩ଟି, ବ୍ରହ୍ମାନନ୍ଦ ରାଉତଙ୍କର ଗୋଟିଏ, ଶିଶିର ରାଉତଙ୍କର ୨ଟି, ବାଟୁଆ ରାଉତ, ଲକ୍ଷ୍ମଣ ରାଉତ, କାମଦେବ ରାଉତ, ରଞ୍ଜନ କୁମାର ରାଉତ ଓ ଜଳଧର ରାଉତଙ୍କର ଗୋଟିଏ ଲେଖାଏଁ ସହିତ ୩ଟି ବାଛୁରୀ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ।

ଗାଈଗୋରୁ ପଲ ଏକ ଜଙ୍ଗଲ ନିକଟରେ ଚରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମବାସୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.