Take a fresh look at your lifestyle.

ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ପ୍ରଥମ ଶ୍ରାଦ୍ଧବାର୍ଷିକୀ   ଶ୍ରଦ୍ଧାଞ୍ଜଳୀ ସଭା 

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିସରରେ ସଂସ୍କୃତି ଭବନ ଓ ବ୍ରଜନାଥ ପାଠାଗାରରେ  ଲାଉପାଳରେ ଜନ୍ମିତ,ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା -୨୦୨୩ ବସନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସ୍ମୃତି ସଭାରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧ୍ୟାପକ ଭବାନୀ ଶଙ୍କର ମିଶ୍ର ଯୋଗଦାନ କରି ଶିକ୍ଷାବିତ୍ ଭୁତିଆଙ୍କ ବହୁମୁଖୀ ପ୍ରତିଭାର ପରିବ୍ୟାପ୍ତ ଦିଗବଳୟର ସୁଦୂର ପ୍ରସାରୀ ଆଭା ସବୁଦିନ ପାଇଁ ଜ୍ଞାନାଲୋକରେ ବିଶ୍ବକୁ ତାର ବିଚିତ୍ର ବର୍ଣ୍ଣବିଭାରେ ଉଦ୍ ଭାସିତ କରୁଥିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ  ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ତଥା ପ୍ରାକ୍ତନ ଲେଖକ ସଂସଦର ସଭାପତି ଭିକାରୀ ଚରଣ ରାଉତ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦାନ କରି    ଭୂତିଆ ସାର୍ ମହାନ୍ ମାନବ ବାଦୀ,ହେତୁବାଦୀ ,ବିଜ୍ଞାନ ମନସ୍କ ଲେଖକ ଭାବରେ ସର୍ବ ଜନାଦୃତ ହୋଇ ରହିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ୱାର୍ଡ ନଂ-୩ର ପାରିଷଦ ଅଭିମନ୍ୟୁ ପଣ୍ଡା, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂପାଦକ ହୃଦାନନ୍ଦ ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରିଥିଲେ ।
ଅତିଥିମାନେ ସ୍ୱର୍ଗତଃ ଭୁତିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଗୀତାପାଠ କରାଯିବା ସହିତ ସ୍ୱର୍ଗତ ଭୁତିଆଙ୍କ ଜାମାତା ଭାଗିରଥି ବେହେରା ତାଙ୍କ ଉଦ୍ଦେଶ୍ୟରେ ଏକ ମର୍ମସ୍ପର୍ଶୀ ଗୀତ “ବାପା’ ଆବୃତ୍ତି କରିଥିଲେ । ଅତିଥିବୃନ୍ଦ ସ୍ୱର୍ଗତଃ ଭୂତିଆଙ୍କର ବାଲ୍ୟ ଜୀବନ, ବୃତ୍ତିଗତ ଜୀବନ, ସାମାଜିକ ଜୀବନ ସଂପର୍କରେ ସ୍ମୃତି ଚାରଣ କରିଥିଲେ । ଏତଦ୍ ବ୍ୟତୀତ  ତାଙ୍କ ଦ୍ୱାରା ରଚିତ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ଗୁଡିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସମସ୍ତ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ପୁସ୍ତକ ” କଂଟା ବଣରେ ଜୀବନ ” ଲୋକାର୍ପିତ କରାଯାଇଥିଲା ।
ସ୍ୱର୍ଗତଃ ଭୁତିଆଙ୍କ ସ୍ମୃତିଚାରଣ ଅବସରରେ ତାଙ୍କର ପୁତ୍ରବ ତ୍ ସବୁଠାରୁ ପ୍ରିୟ ଛାତ୍ର,ସମଧର୍ମୀ ସହକର୍ମୀ  ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ  ବକ୍ତବ୍ୟରେ ଶିକ୍ଷାବିତ୍ ଶତ୍ରୁଘ୍ନ ଭୁତିଆ ଜଣେ ବ୍ୟକ୍ତି ନୁହଁନ୍ତି ସେ ଶିକ୍ଷାଜଗତର ଜଣେ ଅମଳିନ ଧ୍ରୁବତାରା ଯିଏକି ଚିରଦିନ ପାଇଁ ଶିକ୍ଷା କ୍ଷେତ୍ରରେ ପଥ ପ୍ରଦର୍ଶକ ହୋଇ ରହିଥିବେ ବୋଲି ଦୃଢ଼ ମତପ୍ରକାଶ  କରିବା ସଙ୍ଗେ ସଙ୍ଗେ ତାଙ୍କ ଜୀବନୀ ଉପରେ ଆଧାରିତ ସ୍ବରଚିତ ତିନୋଟି କବିତା ପାଠ କରିଥିଲେ।
ଢେଙ୍କାନାଳ  ଜିଲ୍ଲା  ଲେଖକ  ସଂସଦର ଦ୍ଵିତଳ ପ୍ରସାଦ ତାଙ୍କର ବଳିଷ୍ଠ  ଉଦ୍ୟମ ଓ ଦୃଢ଼ ନେତୃତ୍ୱରେ ନିର୍ମାଣ କରାଯାଇ ଥିବାରୁ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାଯାଉ ବୋଲି ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ। ଜଣେ ବହୁମୁଖୀ ପ୍ରତିଭାର ପ୍ରତୀକ ପ୍ରଥମେ ରାଷ୍ଟ୍ରୀୟ ବିଦ୍ୟାଳୟ ରାଜଗାଙ୍ଗପୁରରେ ବିଜ୍ଞାନ ଶିକ୍ଷକ, ତାପରେ କ୍ରମାନ୍ୱୟରେ ବି.ବି.ହାଇସ୍କୁଲ,ଢେଙ୍କାନାଳ, ଯୁବରାଜ ହାଇସ୍କୁଲ, ତାଳଚେର, ଗୋତମରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ,ଢେଙ୍କାନାଳର ବିତ୍ତ ଓ ପ୍ରଶାସନିକ ଅଧିକାରୀ, ଢେଙ୍କାନାଳର ଭାରପ୍ରାପ୍ତ ଶିକ୍ଷା  ମଣ୍ଡଳାଧିଶ,ବି.ବି. ହାଇସ୍କୁଲର ପ୍ରଧାନ ଶିକ୍ଷକ, ଲୋକପ୍ରିୟ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଜ୍ୟ ଓ ଜାତୀୟ ପୁରସ୍କାପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍, ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ପ୍ରାକ୍ତନ ସଭାପତି, ଢେଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ, ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାକ୍ତନ ସଭାପତି,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ସଭାପତି,ପ୍ରଖ୍ୟାତ ହେତୁବାଦୀ ,ବିଜ୍ଞାନ ମନସ୍କ ଲେଖକ, ପ୍ରାବନ୍ଧିକ, କବି, ସୁସାହିତ୍ୟିକ,ସେ ଜଣେ ଅତ୍ୟନ୍ତ ସଦଗୁଣଧାରୀ, ଅମାୟିକ,ସ୍ନେହୀ, ଉଦାରବାଦୀ, ପରୋପକାରୀ, ଜଣେ ନିଷ୍ଠାପର କର୍ମଜୀବୀ, ଧର୍ମପ୍ରାଣ ହେତୁବାଦୀ ବିଜ୍ଞାନମନସ୍କ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ଅନାକୃତିକୁ ଆକୃତି, ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ।
ସେ ତାଙ୍କ ଜୀବଦ୍ଦଶାରେ ଉତ୍କୃଷ୍ଟ ଚିନ୍ତାଧାରା ସମ୍ପର୍ନ୍ନ ମଣିଷ ଭାବରେ ବିଜ୍ଞାନର ଜୟଗାନ(କବିତା), ଯାଦବ ଓଗାଳ(କବିତା), ଯାଦବ ଓଗାଳ  ଓ ଲଉଡ଼ି ନୃତ୍ୟ ସଂଗୀତ (କବିତା), ଅଲୌକିକତାର ପଶ୍ଚାତରେ ବିଜ୍ଞାନ (ପ୍ରବନ୍ଧ),ଜୀବନର ଚଲାପଥେ, ବିଜ୍ଞାନ, ହେତୁବାଦ ଓ ସମାଜ (ପ୍ରବନ୍ଧ), ସଂଗ୍ରାମର ସ୍ୱର (କବିତା), କୁନି କବିତା ଓ ବିଜ୍ଞାନର କୁହୁକ ପେଡ଼ି ଭଳି ପ୍ରାୟ ଦଶ ଖଣ୍ଡ ପୁସ୍ତକ ରଚନା କରି ପ୍ରକାଶିତ କରିଥିଲେ।
ଏତଦବ୍ୟତୀତ ବିଜ୍ଞାନର ଯାଦୁ,ବିଜ୍ଞାନ ପରୀକ୍ଷଣ,ବିଜ୍ଞାନ ଗୀତିକା (କବିତା) ଓ ଥଣ୍ଟିଆ କକା (ଅନୁବାଦ) ପୁସ୍ତକ ଗୁଡ଼ିକ ତାଙ୍କର ଯନ୍ତ୍ରସ୍ଥ ଅବସ୍ଥାରେ ରହିଛି। ସେ ଜଣେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଓ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ଶତ୍ରୁଘ୍ନ ନାଥ ପୁରସ୍କାର ପ୍ରାପ୍ତ ଶିକ୍ଷକ ।
ତାଙ୍କର ହତଭାଗ୍ୟ ଜ୍ୟେଷ୍ଠପୁତ୍ର ତାଳଚେର  ଷ୍ଟେସନ ମାଷ୍ଟର ସତ୍ୟଜିତ ଭୂତିଆ, ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ,ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ,ଉଭୟେ ଇନଫୋସିସ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର,ଜ୍ୟେଷ୍ଠ ଜ୍ୱାଇଁ ଇଞ୍ଜିନିୟର ଭାଗିରଥି ବେହେରା ଓ ଜ୍ୟେଷ୍ଠ। କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ,ଅନ୍ୟତମ ଜ୍ୱାଇଁ ଡା. ଭରତ କୁମାର ବେହେରା ଓ କନ୍ୟା ଇନ୍ଦିରା ଭୂତିଆ, ସୁନିଲ ବାରିକ ଓ ଦୀପ୍ତିମୟୀ ଭୂତିଆ, ଅଶୋକ ବେହେରା, ବିଦ୍ୟାଧର ବେହେରା, କେଦାର ପରିଡ଼ା,ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା, ଶ୍ୱେତା ସ୍ୱୟଂସିଦ୍ଧା,ଶ୍ରଦ୍ଧା ସମର୍ପିତା,ସୌମ୍ୟା ଶାଶ୍ବତୀ, ଶୁଭଦୀପ୍ତି,ସ୍ମୃତିଶ୍ରୀ ବିଦ୍ୟା ଓ ନାତି ବି.ଶକ୍ତି ସାର୍ଥକ ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ହୋଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।
ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ,ବାଳକୃଷ୍ଣ ସାହିତ୍ୟ ସଂସଦ,ରେଣୁବାଳା ସୃତିସଂସଦ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ।
ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସାରଙ୍ଗଧର ମିଶ୍ର, ଇନ୍ଦ୍ରମଣି ନାୟକ, ରାମଚନ୍ଦ୍ର ପାତ୍ର, ସୁକାନ୍ତି ସାହୁ, ସୁଧାକର ନାୟକ, ବୈଜୟନ୍ତୀ ପଟ୍ଟନାୟକ, ଡ଼ଃ ସୁବାଷ ନାୟକ, ଉପମା ସାମଲ, ସଂଯୁକ୍ତା ଶରଣ, ନନ୍ଦିକେଶ୍ୱରୀ ନାଥ, ବାହାଦୂର ପାଟ୍ଟସାହାଣୀ, ବିପିନି ବିହାରୀ ଶତପଥୀ, ସୁରେନ୍ଦ୍ର ପୃଷ୍ଟି ପ୍ରଭୃତି କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତଃ ଭୁତିଆଙ୍କ ପରିବାରର ପୁତ୍ର ସତ୍ୟଜିତ୍ ଭୁତିଆ ଓ ଶିବ ପ୍ରସାଦ ଯାଦବ ଏବଂ କନ୍ୟା ଜ୍ୟୋତ୍ସ୍ନାମୟୀ, ଇନ୍ଦିରା ଏବଂ ଦୀପ୍ତିମୟୀ ଏବଂ ଜାମାତା ଭାଗିରଥୀ, ଭରତ, ସୁନିଲ, ପୁତ୍ରବଧୂ ଜୟଶ୍ରୀ ଓ ନିବେଦିତାଙ୍କ ସହିତ ସମସ୍ତ  ନାତି ଓ ନାତୁଣୀମାନେ ଯୋଗଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଲେଖକ ସଂସଦର ସଂପାଦକ ହୃଦାନନ୍ଦ ଦ୍ୱିବେଦୀ ମଞ୍ଚ ସଂଚାଳନ କରିଥିଲେ ଏବଂ ସ୍ୱର୍ଗତଃ ଭୁତିଆଙ୍କ କନ୍ୟା ଜ୍ୟୋତ୍ସ୍ନାମୟୀ ଧନ୍ୟବାଦ ଅର୍ପଣ କରିଥିଲେ । ତାଙ୍କର ଅନେକ ଶୁଭେଚ୍ଛୁ, ଅନୁଗାମୀ ମାନଙ୍କ ଉପସ୍ଥିତିରେ ପରିବାର ତରଫରୁ ସମସ୍ତ କାର୍ଯ୍ୟ ସୁଚାରୂ ରୂପେ ସଂପାଦନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.