Take a fresh look at your lifestyle.

ଲଗାଣ ବର୍ଷା ରେ କାନ୍ଥ ପଡି ୪ ବର୍ଷର ନାବାଳକ ମୃତ

0 18

Get real time updates directly on you device, subscribe now.

ଭୁବନ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡ଼ି ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗରୁଡବନ୍ଧି ଗ୍ରାମ ର ପିଣ୍ଟୁ ନାଏକ ଙ୍କ ଚାରି ବର୍ଷର ପୁତ୍ର ନନ୍ଦୁ ନାଏକ ଘର ଭିତରେ ଖେଳୁଥିବା ବେଳେ ଘରର ମାଟି କାନ୍ଥ ନନ୍ଦୁ ଉପରେ ପଡ଼ିଯାଇଥିଲା ।

ଯାହା ଫଳରେ ସେ ତାହା ତଳେ ଚାପି ହୋଇ ରହିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଦାଦା ମଣ୍ଟୁ ନାଏକ ପୁତୁରାକୁ ବଞ୍ଚାଇବାକୁ ପ୍ରାଣମୁର୍ଛା ସଂଘର୍ଷ କରିଥିଲେ ଏବଂ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ । ତେବେ ଡାକ୍ତର ନନ୍ଦଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପିଣ୍ଟୁ ନାଏକ୍ ଜଣେ ଅତ୍ୟନ୍ତ ଗରିବ ଓ ଅଭାବୀ ବ୍ୟକ୍ତି ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.