Take a fresh look at your lifestyle.

ଯାହା ଦେଖେ ତାହା ଲେଖେ

ପୁଷ୍ପକ ରାଉତ

0 9

Get real time updates directly on you device, subscribe now.

2014 ମସିହା ରେ ଦିଲ୍ଲୀର ବିଜ୍ଞାନ ଭଵନ ଠାରେ କମ୍ୟୁନିଟି ରେଡ଼ିଓ ସମ୍ମିଳନୀ ହେଉଥାଏ l ମୁଁ ଫୁଲବାଣୀ ର ରେଡ଼ିଓ ମୁସ୍କାନ director ହିସାବରେ ଯାଇଥାଏ l bbsr ର SOA ରେଡ଼ିଓ ର director ଭାବରେ ଋଷି ପଟ୍ଟନାୟକ ବି ଯାଇଥାଏ l ପୁରସ୍କାର ଘୋଷଣା ହେଲା l 3 rd prize…2nd prize ଘୋଷଣା ହେଲା ସେ କିନ୍ତୁ ଋଷି ଜାଣିଥାଏ ସେ 1st prize ପାଇବ ସେୟା ହେଲା ମଧ୍ୟ l ମୁଁ ଆଶ୍ଚର୍ଯ୍ୟ ହେଲି ଫୁଲବାଣୀ ରେ jungle ବଣ ବିଲ ବୁଲି ମୁଁ ପିଲାଙ୍କୁ rj training ଦେଲି l

ଗାଁ ଗାଁ ରେ ଗରିବ ମାନଙ୍କ ପାଖେ ପହଞ୍ଚି ତାଙ୍କ ସୁଖ ଦୁଃଖ ରେଡ଼ିଓ ରେ ଶୁଣେଇଲି ତାଙ୍କ ଅସୁବିଧା କାରଣ ନିରାକରଣ ସରକାରୀ office ରୁ sir ମାନଙ୍କ byte ଆଣିଲି ଅଥଚ ଜଣେ ରେଡ଼ିଓ ବିଷୟରେ ପଦୁଟିଏ ଜାଣିନି programming ଜ୍ଞାନ ନାହିଁ l AC chamber ରେ ବସେ ଓ ରେଡ଼ିଓ ପାଇଁ ମିଳିଥିବା car ବ୍ୟକ୍ତିଗତ କାମ ରେ ଲଗେଇ enjoy କରେ ସେ ପୁଣି 1st prize l

କାରଣ ହେଲା ଯେ ସେ documantation ରେ ଭାରି strong. Prize ପାଇଁ ଆବେଦନ ଖାମ ରେ ନେତା ଓ ଓଡିଶା ସରକାର ବାବୁଙ୍କ ଦସ୍ତଖତ ସହିତ document ଭରପୁର ଥିଲା l ସେ document ରେ ଦର୍ଶା ଯାଇଥିଲା ଯେ କିପରି SOA ରେଡ଼ିଓ କାର୍ଯ୍ୟକ୍ରମ ଉନ୍ନତ ମାନର ହେଉଛି, ସମାଜ ରେ ପରିବର୍ତ୍ତନ ହେଉଛି ଏମିତି କି କାର୍ଯ୍ୟକ୍ରମ ରେ ପ୍ରଭାବିତ ହୋଇ କିଛି ଭିକାରୀ ମଧ୍ୟ ଭିକ ମାଗିବା ଛାଡ଼ି ଦେଲେ l
.

ସମୟ କ୍ରମେ ମୁଁ SOA ରେଡ଼ିଓ rj ଭାବେ join କଲି l ପୁରୀର ଗୋଟେ ସଂସ୍ଥା ମୋତେ best RJ award ଦେଲେ ମୁଁ ତା ପରଦିନ ମୁଁ ପୁରସ୍କାର ନେଇ SOA office ଗଲି ଋଷି କୁ ଦେଖେଇଲି ଭାବିଲି ସେ ଖୁସୀ ହେବ but ସେ ଓଲଟି କହିଲା ଏମିତି କଣ award ଦିଆ ଯାଏ ଆମ office କୁ mail କରିଥାନ୍ତେ ମୁଁ approve କରିଥାନ୍ତି….. କହି ଉଠି ଚାଲି ଗଲା l ମୁଁ କିଛି ବୁଝି ପାରିଲିନି
ଏତିକି ଜାଣିଲି ଯେ award ସବୁ ପାଇବାକୁ ସେହିଁ ହକଦାର l

କିଛି ବର୍ଷ ପରେ ଯଉ ଓଡ଼ିଆ film କେବେ hall କୁ ଆସିଲା କେବେ ଗଲା କେହି ଜାଣି ପାରିଲେନି ସେ ସେହି ସିନେମାରେ best comedian ଜାତୀୟ ପୁରସ୍କାର ପାଇଲା l strong reference and documantation.

SOA radio କୁ ଭାବିଲା ନିଜ ଜାଗିର ତା ଭଉଣୀ କୁ ସେଠି entry କରେଇଲା l ତା ଭଉଣୀ ଆସି କହିଲା ଭାଇ କହିଛି ତମେ ମୋତେ ରେଡିଓ ର ସବୁ ଶିଖେଇବ l ମୁଁ ବି ଶିଖେଇଲି l 2ମାସ ପରେ ଜାଣିଲି ଯେ ମୋ ଠାରୁ ସେ double salary ପାଉଛି l ଏମିତି ଆହୁରି ଅନେକ କେଲେଙ୍କାରି ପରେ ବନ୍ଧୁ ତଡ଼ା ଖାଇଲେ ନିଜ director name plate ସହ ବିଦାୟ ନେଲେ l ପରେ ଜଣା ପଡ଼ିଲା ତାକୁ କୁହା ହୋଇଥିଲା ଯେ ତୁ ରେଡିଓ ର care taker ପରି ବୁଝା ବୁଝି କରିବୁ କେତେ ଷ୍ଟାଫ ଦରକାର director rj ଯୋଗାଡ଼ କରିବୁ ହେଲେ ସେ ନିଜେ ଆତ୍ମଘୋଷିତ director ହୋଇ ଏକ ଛତ୍ରବାଦ ଶାସନ ଚଲେଇ ଥିଲା l

ଶେଷରେ ସବୁ ଗଲା ଏହା ଆଗରୁ କୀଟ ରେ ମଧ୍ୟ କିଛି ଦିନ ଥିଲା ସେଠି ବି ସେହି ପରି ବିଦାୟ ନେଲା l ତା ପରେବି ତା ଭଉଣୀ ସେଠି ଆଲାଜୁକି ପରି ପଡ଼ିରହିଲା ଦୁନିଆ ତାମସା ପରେ ସିଏବି ତଡ଼ା ଖାଇଲା SOA ରେଡିଓ ବିରୁଦ୍ଧରେ consumer case କଲା l

ମୋର ଏହି ଲେଖାର ଅଭିପ୍ରାୟ ଯେ ତା ଘରେ ମଧ୍ୟ ଗୋଟିଏ କାନ୍ଥ ପୁରା award ରେ ଭରା noble award ଛାଡ଼ିଦେଲେ ତା ଘରେ ସବୁ award ଅଛି l ହେଲେ ତାକୁ ଯେଉଁମାନେ ଜାଣିଛନ୍ତି ସେମାନେ ଭଲ ଭାବେ ଜାଣନ୍ତି ସେ କେମିତିକା ଲୋକଟେ l ଆରେ ବାବୁ କେବେ ବୁଝିବୁ ହଜାର ହଜାର award ଅପେକ୍ଷା ଜଣେ ଦୁଇ ଜଣ ଙ୍କ reward ଓ ଭଲ ପାଇବା ବେଶୀ value.

ମୁଁ କହିବିନି ଯେ ମୋ କଥାକୁ ଦେହକୁ ନବୁନି ଆଶା କରିବି ମୋ କଥାକୁ ଦେହକୁ ନେବୁ ଓ ସୁଧୁରିବାରେ ଚେଷ୍ଟା କରିବୁ……..ପ୍ରକୃତି କାହିଁକି କରୁଛୁ ବିକୃତି। ????

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.