Take a fresh look at your lifestyle.

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ

0 1

Get real time updates directly on you device, subscribe now.

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ । ସେ ଇନ୍ଦ୍ରଙ୍କ ବଜ୍ର ନିର୍ମାଣ କରିଥିଲେ । ସେହି ବଜ୍ରଦ୍ଵାରା ଇନ୍ଦ୍ର ବଧ କରିଥିଲେ ବୃତ୍ତକୁ । ଋଗ ବେଦରେ କୁହାଯାଇଛି, ଦୃଷ୍ଟା କ୍ରିୟାକୁଶଳ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାପେକ୍ଷା କର୍ମଠ । ସେ ଅତି ସୁନ୍ଦର ପାନପତ୍ରଗୁଡ଼ିକ ଦେବତାମାନଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି ।

ସେ ଉତ୍ତମ ଲୌହ ନିର୍ମିତ କୁଠାର ଶାଣିତ କରନ୍ତି । ତଦ୍ୱାରା ବ୍ରହ୍ମଣସ୍ପତି ପାତ୍ର ନିର୍ମାଣ ଉପଯୋଗୀ କାଷ୍ଠ ଛେଦନ କରନ୍ତି । ବେଦର ସେହି ବିଶ୍ୱସ୍ରଷ୍ଟା ପୁରାଣର ସେହି ବିଶ୍ଵକର୍ମାଙ୍କୁ ସାଧାରଣତଃ ଆମେ ଦେଖିବାକୁ ପାଉ ଦେବଶିଳ୍ପୀ ଭୂମିକାରେ । ସେ ‘କର୍ତ୍ତାଶିଳ୍ପ-ସହସ୍ରାଣମ୍’ ସହସ୍ର ସହସ୍ର ଶିଳ୍ପର ସେ ଅଧିକର୍ତ୍ତା ।

ସେ ‘ଦେବାନାଂ କାର୍ଯ୍ୟସାଧକଃ’ – ଦେବତା ମାନଙ୍କର ଶିଳ୍ପ କାର୍ଯ୍ୟ ସାଧକ । ବିଶ୍ୱକର୍ମାଙ୍କ ଜନ୍ମ ସମ୍ବନ୍ଧରେ ବିଭିନ୍ନ ପୁରାଣ ଭିନ୍ନଭିନ୍ନ ମତ ଦିଅନ୍ତି । ବ୍ରହ୍ମ ବୈବର୍ତ୍ତ ପୁରାଣ କହେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ । ମାତ୍ର ବେଦରେ ବିଶ୍ୱକର୍ମାଙ୍କୁ ଅଜାତ ପୁରୁଷ ବା ସନାତନ ପୁରୁଷ ରୂପେ ବର୍ଣନା କରିଛି ।

ପୁରାଣର ବିଶ୍ଵକର୍ମା ବିମାନ ନିର୍ମାତା ଓ କାରୁକାର ଓ ଚିତ୍ରଶିଳ୍ପକାରକ । ସେ ଅଳଙ୍କାର ଓ ଭୂଷଣ ପ୍ରସ୍ତୁତକାରକ । ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତ୍ତିତ ଶିଳ୍ପ ସାଧନାକୁ ଉପଜୀବ୍ୟକରି ବଞ୍ଚି ରହିଛନ୍ତି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.