Take a fresh look at your lifestyle.

ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୈଦିକ ଗଣିତ କର୍ମଶାଳା

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ସ୍ଥ ବଳଭଦ୍ରପୁର ଶାସନର ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନିତା ସାହୁଙ୍କର ସଭାପତିତ୍ୱରେ ଏକ ବୈଦିକ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ପ୍ରସନ୍ନ କୁମାର ରାଉତ ଯୋଗଦେଇ ବୈଦିକ ଗଣିତର ସୃଷ୍ଟି ଏବଂ ଏହା କିପରି ଛାତ୍ରଛାତ୍ରୀମାନଙ୍କର ଦୈନନ୍ଦିନ ଜୀବନରେ ପ୍ରୟୋଗ କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ ।

ସରସ୍ୱତୀ ଶିଶୁ ମନ୍ଦିର ଯୋରନ୍ଦାର ବରିଷ୍ଠ ଗଣିତ ପ୍ରଶିକ୍ଷକ ବନବିହାରୀ ପରିଡା ବୈଦିକ ଗଣିତ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ଜଟିଳରୁ ଜଟିଳ ପ୍ରଶ୍ନର ସମାଧାନ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତି ଆଗ୍ରହର ସହିତ ବୈଦିକ ଗଣିତ ଶିକ୍ଷାଲାଭ କରିଥିଲେ । କେତେକ ଛାତ୍ରଛାତ୍ରୀଙ୍କର ଜଟିଳ ଗଣିତ ପ୍ରଶ୍ନଗୁଡିକର ଉତର ଏହି ଦୁଇ ଗଣିତ ବିଶାରଦ ଅତି ସରଳ ଭାବରେ ବୁଝାଇଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଗଣିତ ପ୍ରଶିକ୍ଷକ ପ୍ରସନ୍ନ କୁମାର ରାଉତ ଓ ବନବିହାରୀ ପରିଡା ମହୋଦୟଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କମଳାକାନ୍ତ ମହାପାତ୍ର, ଶିକ୍ଷକ ଦେବେନ୍ଦ୍ର କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଶିଲ୍ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସର୍ବଶେଷରେ ଶିକ୍ଷୟିତ୍ରୀ ରାଜଶ୍ରୀ ରାଜସ୍ମିତା ଗୁମାନ୍ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.