Take a fresh look at your lifestyle.

ପରିବେଶ ର ସୁରକ୍ଷା ଲାଗି କିଶୋର କିଶୋରୀ ମାନେ ମିଳିତ ଭାବେ ୧୭ ହଜାରରୁ ଉର୍ଦ୍ଧ୍ବ ବୃ୍ଷରୋପଣ କଲେ l

0 2

Get real time updates directly on you device, subscribe now.

ଢେଙ୍କାନାଳ: ବର୍ତ୍ତମାନ ପରିସ୍ଥିତି ରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଓ ବାୟୁମଣ୍ଡଳ ପ୍ରଦୂଷଣ କୁ ଦୃଷ୍ଟି ରେ ରଖି ଢେଙ୍କନାଳ ଜିଲ୍ଲା ପ୍ରଶାସନ ର ସମାଜ କଲ୍ୟାଣ ବିଭାଗ, ୟୁନିଓସେଫ୍ ଓ ଅlକ୍ସନଏଡ ର ମିଳିତ ସହଯୋଗ ରେ ଜିଲ୍ଲା ର ୧୧୪୧ ଗୋଟି ଗ୍ରାମ ରେ କିଶୋର ଓ କିଶୋରୀ ମାନଙ୍କ ଦ୍ଵାରା ଗତ ୧୯.୮.୨୦୨୩ ତାରିଖ ରେ ସାମୂହିକ ବୃ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲା ର ୨୧୦୦ ଗୋଟି ଅଙ୍ଗନବlଡି କେନ୍ଦ୍ର ରେ ପ୍ରତି ଶନିବାର ଦିନ ଅନୁଷ୍ଠିତ ହେଉଥିବା ଅଦ୍ଵିକl କାର୍ଯ୍ୟକ୍ରମ ର ୨୨୬୪୬ କିଶୋର ଓ କିଶୋରୀ ଭାଗ ନେଇ ମୋଟ ୧୭୬୫୪ ଗୋଟି ଫଳ ଗଛ ରୋପଣ କରିଛନ୍ତି l ସେଥି ମଧ୍ୟରେ କଙ୍କଡ଼ାହାଡ଼ ବ୍ଲକ୍ ୭୫୭, ଭୁବନ ବ୍ଲକ୍ ରେ ୮୫୬ , ହିନ୍ଦୋଳ ବ୍ଲକ୍ ରେ ୪୨୩୦ , ସଦର ବ୍ଲକ ରେ ୪୬୬୪ , ଗନ୍ଦିଆ ବ୍ଲକ୍ ରେ ୬୪୬ , କାମାକ୍ଷାନଗର ବ୍ଲକ୍ ରେ ୨୭୮୯ , ଓଡ଼ପଡ଼ା ବ୍ଲକ୍ ରେ ୨୬୫୨ ଓ ପରଜଙ୍ଗ ବ୍ଲକ୍ ରେ ୧୦୬୦ ଗୋଟି ବୃ୍ଷରୋପଣ କରାଯାଇଛି l

ଜିଲ୍ଲା ରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ମାନେ ନିଜ ନିଜ ଅଞ୍ଚଳ ରେ ମିଳୁଥିବା ଫଳଗଛ ଯଥା ; ଆମ୍ବ , ଜାମୁ , କଦଳୀ, ଲେମ୍ବୁ , ଆମ୍ବୁର୍ତଭଣ୍ଡl , ସଜନା ଇତ୍ୟାଦି ଗଛ ସଂଗ୍ରହ କରିବା ସହିତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ରେ କିଶୋର ଓ କିଶୋରୀ ମାନଙ୍କ ସହିତ ଜଳବାୟୁ ପରିବର୍ତ୍ତନ ର ପ୍ରତିରତ ପାଇଁ ଗଛ ର ଭୂମିକା ବିଷୟରେ ଆଲୋଚନା ମଧ୍ୟ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.