Take a fresh look at your lifestyle.

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

0 9

Get real time updates directly on you device, subscribe now.

ଢେଙ୍କାନାଳ :  ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର (ଟୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦରଜୀ ଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା ରେ ସ୍କୁଲ ପିଲାଙ୍କ ପୋଷାକ ତିଆରି ପାଇଁ ସ୍ଥାନୀୟ ଅଞ୍ଚଳର ଦରଜୀ ମାନଙ୍କୁ ସୁଯୋଗ ଦେବା ଓ ଅବସର ବିନୋଦନ ତଥା ସଂଘ ବୈଠକ ପାଇଁ ଏକ ଗୃହ ( କମ୍ୟୁନିଟି ସେଣ୍ଟର) ଯୋଗାଇ ଦେବାକୁ ମୁଖ୍ୟ ଅତିଥି ଙ୍କ ମାଧ୍ୟମରେ ନଗରପାଳ ଙ୍କୁ ନିବେଦନ କରାଯାଇଥିଲା ।

ସମ୍ପାଦକ ଜୟକୃଷ୍ଣ ବେହେରା,ପ୍ରମୋଦ ଦାସ,ଉପ ସଭାପତି ଅର୍ଜୁନ ପୃଷ୍ଟି,ସହ ସମ୍ପାଦକ ରବି ଚିନରା,ଦ୍ବାରିକା ବେହେରା,କୋଷାଧ୍ୟକ୍ଷ ଅନିତା ସାହୁ, ଟୁପୁସି ବିଶ୍ଵକର୍ମା ,ସହଯୋଗୀ ରଘୁନାଥ ରଣା,ଦୁଃଶାସନ ସାହୁ,ଝରଣା ପୋଥାଳ, ଅନସୁୟା ସାହୁ,ସତ୍ୟଭାମା ନାୟକ ଙ୍କ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଦରଜୀ ଯୋଗଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନାମ ସାହୁ କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ଦେବାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.