Take a fresh look at your lifestyle.

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୬୦୦ ଲିଟର ସ୍ପିରିଟ ଜବତ ୨ ଗିରଫ

0 7

Get real time updates directly on you device, subscribe now.

ଭୁବନ :  ଭୁବନ ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ୍ ପଛପଟେ ବେଆଇନ ଭାବେ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା ବେଳେ ୬୦୦ ଲିଟର ସ୍ପିରିଟ ଜବତ କରାଯାଇଥିଲା । ମଦ ରନ୍ଧା ଓ ଅପମିଶ୍ରଣ ପାଇଁ ବେଆଇନ ଭାବେ ଗଛିତ ଥିଲା ବୋଲି ଜଣା ପଡିଛି।

ଏହି ଘଟଣାରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ୱର୍ ୱାର୍ଡ ର ରମେଶ ମାଲିକ ଓ କାଳନ୍ଦି ମଲିକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।ଜିଲପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ ରେ ଭୁବନ ଅବକାରୀ ବିଭାଗ ଓ ଆଇ ସି ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.