Take a fresh look at your lifestyle.

ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା

0 4

Get real time updates directly on you device, subscribe now.

ଢେଙ୍କାନାଳ :  ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ସରପଞ୍ଚ ଝିଲୀପ୍ରଭା ବେହେରା ୩ ଟି ସନ୍ତାନ ଯୋଗୁ ତାଙ୍କ ପଦବୀ ହରାଇଛନ୍ତି । ଶ୍ରୀମତୀ ବେହେରା ୩ ଟି ସନ୍ତାନ ର ଜନନୀ ହୋଇ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀନୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶ ଙ୍କୁ ୧୪୭ ଖଣ୍ଡ ଭୋଟ ରେ ପରାସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ପରାଜିତ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଦେଵଶ୍ରୀ ଦାଶ ଭୁବନ ଜେ ଏମ ଏଫ୍ ସି କୋର୍ଟ ରେ ଝିଲୀପ୍ରଭା ଙ୍କ ବିରୋଧରେ ୩ ଟି ସନ୍ତାନ ର ଜନନୀ ବୋଲି ମାମଲା ରୁଜୁ କରିଥିଲେ ।

ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଜବାବ ସୁଆଲ ଏବଂ ଗ୍ରାମ ପଞ୍ଚାୟତ ଆଇନ ୟୁ /ଏସ -୨୫ (ଆଇ) ( ଭି )ଆଧାର ରେ ଜେ ଏମ ଏଫ୍ ସି ଶ୍ରୀମତୀ ପୁନମ ସେଠ ପ୍ରତିପକ୍ଷ ଦେବଶ୍ରୀ ଦାଶ ଙ୍କୁ ବିଜୟୀ ଘୋଷଣା କରିଥିଲେ।କୋର୍ଟ ର ଏହି ରାୟ ସମ୍ପର୍କରେ ଭୁବନ ବିଡ଼ିଓ ଏବଂ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି । ବିଦାୟୀ ସରପଞ୍ଚ ଝିଲିପ୍ରଭା ବେହେରା ତିନୋଟି ସନ୍ତାନ ର ଜନନୀ ଥାଇ ଏହା ପୂର୍ବରୁ ୨୦୧୨ ରୁ ୨୦୧୭ ପୁରା ପାଞ୍ଚ ବର୍ଷ ସରପଞ୍ଚ ଦାୟିତ୍ୱରେ ରହିଥିଲେ । ସେହି ସମୟରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଚାଲିଥିଲା ।

କୋର୍ଟ ଦ୍ଵାରା ବିଜୟୀ ଘୋଷିତ ହୋଇଥିବା ଦେବଶ୍ରୀ ଙ୍କ ସ୍ବାମୀ ମାନସ କୁମାର ଦାଶ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସରପଞ୍ଚ ଥିଲେ । କୋର୍ଟ ରାୟ ପରେ ଏହି ବିଜୟ ଏକତାଳି ପଞ୍ଚାୟତ ବାସୀ ଙ୍କ ବିଜୟ ,ଧର୍ମ ର ବିଜୟ ବୋଲି ଦେବଶ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦେବଶ୍ରୀ ଶାସକ ଦଳ ସମର୍ଥିତ ପ୍ରାର୍ଥୀନୀ ହୋଇଥିବାରୁ ସାରା ପଞ୍ଚାୟତ ରେ ବିଜେଡ଼ି ମହଲ ରେ ଆନନ୍ଦ ପ୍ରକାଶ ପାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.