Take a fresh look at your lifestyle.

ଭାରତୀୟ ତୈଳ ନିଗମର ସଂସ୍କାରମୂଳକ କାର୍ଯ୍ୟକ୍ରମ

0 7

Get real time updates directly on you device, subscribe now.

ଢେଙ୍କାନାଳ : ସ୍ୱାଧୀନତା ଦିବସର ପରଦିନ ଅଗଷ୍ଟ ୧୬ ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ ଦେଶବ୍ୟାପୀ ଥିବା କାରାଗାରଗୁଡିକରେ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିବର୍ତନ-ପ୍ରିଜିନ୍ ଟୁ ପ୍ରାଇଡ୍ ଅନୁଷ୍ଠିତ ହୋଇଥିଲା ।

ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା କାରାଗାରରେ କାରା ଅଧିକ୍ଷକ ଉର୍ମିଳା ନିନ୍ଦ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଓ ଭାରତୀୟ ତୈଳ ନିଗମର ଓଡିଶା ମୁଖ୍ୟ ନିରଜ ଏମ୍. ମିଞ୍ଜେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅଧିନରେ ଭଲି, ବ୍ୟାଡମିଂଟନ, ଚେସ୍ ଓ କ୍ୟାରମ୍ ଆଦି ଖେଳର ଆବଶ୍ୟକୀୟ ଉପକରଣ କାରାଗାରକୁ ଦିଆଯିବା ସହ ଖେଳାଳୀମାନଙ୍କ ତାଲିମ୍ ପାଇଁ ପ୍ରଶିକ୍ଷିତ କ୍ରୀଡା ପ୍ରଶିକ୍ଷକଙ୍କ ମାଧ୍ୟମରେ ୧୫ ଦିନିଆ ତାଲିମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । କାରାପାଳ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.