Take a fresh look at your lifestyle.

ଆଇ ଆଇ ଏମ୍ ସି ରେ ସ୍ପଟ୍ ନାମାଙ୍କନ ପାଇଁ ଆବେଦନ

0 7

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ପଟ୍ ଆଡ଼ମିଶନରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବମୋଟ ୧୧ଟି ଆସନରେ ନାମ ଲେଖାଇବା ନିମିତ୍ତ ସୂଚନା ଜାରି କରାଯାଇଛି। ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ସେହି ଦିନ ହିଁ ପରୀକ୍ଷା ଫଳ ପ୍ରକାଶ ପାଇବା ସାଙ୍ଗକୁ ଛାତ୍ରଛାତ୍ରୀ ମାନେ ସେହି ଦିନ ଠାରୁ ଆଗାମୀ ୬ ଦିନ ମଧ୍ୟରେ ପାଠ୍ୟକ୍ରମର ଦେୟ ପୈଠ କରିବେ।

ଅଗଷ୍ଟ ୨୫ ତାରିଖ (ଶୁକ୍ରବାର) ଦିନ ୧୧ଘଟିକା ସମୟରେ ଭାରତୀୟ ଜନସଂଚାର ସଂସ୍ଥାନ ଢେଙ୍କାନାଳ କ୍ୟାମ୍ପସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ କରିବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ବିଷୟରେ ଛାତ୍ରଛାତ୍ରୀ ସ୍ନାତକ କରିଥିବା ଦରକାର। ଏଥି ସହିତ ଆବଶ୍ୟକୀୟ ଯୋଗ୍ୟତା, ବୟସ, ପାଠ୍ୟକ୍ରମ ଦେୟ ଏସବୁ ବିଷୟରେ www.iimc.nic.in ଉପଲବ୍ଧ ରହିଛି।

ନିଜର ନାମଲେଖା କୁ ସୁରକ୍ଷିତ ଏବଂ ସ୍ଥାୟୀ କରିବା ପାଇଁ ପାଠ୍ୟକ୍ରମ ଦେୟ ପୈଠ କରିବା ବାଧ୍ୟତାମୂଳକ ଅଟେ। ଏହି ଦେୟ ଆଉ ଫେରସ୍ତ ହେବ ନାହିଁ ବୋଲି ସଂସ୍ଥାନ ର ଆଞ୍ଚଳିକ ନିର୍ଦ୍ଦେଶକ ଜଣାଇଛନ୍ତି।ପ୍ରବେଶିକା ପରୀକ୍ଷା ଦିନ ଆବଶ୍ୟକୀୟ ପ୍ରମାଣପତ୍ର ସବୁ ( ଦଶମ ଶ୍ରେଣୀ ମାଟ୍ରିକ ସାର୍ଟିଫିକେଟ,ଜାତି ପ୍ରମାଣପତ୍ର,ରେସିଡେନ୍ସ ସାର୍ଟିଫିକେଟ,ଦ୍ୱାଦଶ ଶ୍ରେଣୀ ମାର୍କ ସାର୍ଟିଫିକେଟ,ଦୁଇଟି ପାସପୋର୍ଟ ଫଟୋ, ସ୍ନାତକ ସାର୍ଟିଫିକେଟ ) ଛାତ୍ରଛାତ୍ରୀ ସାଙ୍ଗରେ ଆଣିଥିବା ଦରକାର।

- Advertisement -

Leave A Reply

Your email address will not be published.