Take a fresh look at your lifestyle.

ଜିଲ୍ଲା କଂଗ୍ରେସ ର ୧୮ ଅଗଷ୍ଟ ବ୍ଲକ୍ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ

0 1

Get real time updates directly on you device, subscribe now.

ଢେଙ୍କାନାଳ: ଅଦ୍ୟ  ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସଭାପତି  ସରୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ବିଶ୍ୱରଂଜନ ଦାସ, ସାଧାରଣ ସମ୍ପାଦିକା ଅମିତା ବିଶ୍ୱାଳ ଓ ମଞ୍ଜୁଶ୍ରୀ କଳ୍ପନା ରାଉତ ରାଏ ଉପସ୍ଥିତ ରହି ବ୍ଲକ୍ ରେ ଚାଲିଥିବା ପିସି କାରବାର, ଅହେତୁକ ଦରଦାମ ବୃଦ୍ଧି, ବେ ରୋଜଗାରୀ, ବିଜୁଳି କାଟ ଓ ଟାଟା ପାୱାର ର ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଶୋଷଣ ଏବଂ ନାରୀ ନିର୍ଯ୍ୟାତନା ବିଷୟରେ ଆଲୋକପାତ କରି ରାଜ୍ୟରେ ବିଜେଡି ତଥା କେନ୍ଦ୍ର ରେ ବିଜେପି ସରକାର ବିରୁଦ୍ଧରେ ବିଷୋଦଗାର ଆଣିଥିଲେ ।

ଆଗାମୀ ୧୮ ତାରିଖରେ ଓଡ଼ିଶାର ସମସ୍ତ ବ୍ଲକ୍ ରେ କଂଗ୍ରେସ ଘେରାଉ କରି ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ।  ଉଭୟ ସରକାରଙ୍କ ବିଫଳତାକୁ ପଲ୍ଲୀ ଠାରୁ ପୁର ପର୍ଯ୍ୟନ୍ତ ସମସ୍ତଙ୍କ ଭୋଟର ଙ୍କ ନିକଟରେ ପହଁଚାଯିବ । ପରବର୍ତୀ ସମୟରେ ଏକ ପ୍ରସ୍ତୁତି ବୈଠକ କରାଯାଇ ଘେରାଉ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ କୁ ଜୋରଦାର କରାଯିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର କରାଯାଇଥିଲା ।

ଏଥିରେ ଜିଲ୍ଲା କାର୍ଯ୍ୟକର୍ତା, ବ୍ଲକ୍ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସଭାନେତ୍ରୀ ଓ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ବସି ଆଗାମୀ ଦିନ ରେ ଏହି ଘେରାଉ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସଂକଳ୍ପ ନେଇଥିଲେ । ଶେଷରେ ଜିଲ୍ଲା କଂଗ୍ରେସ ଉପ-ସଭାପତି  ରଞ୍ଜିତ ସାହୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.