Take a fresh look at your lifestyle.

ବଣସିଂହ ରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

0 34

Get real time updates directly on you device, subscribe now.

ଢେଙ୍କାନାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୫ ତମ ଶ୍ରାଦ୍ଧ ଉପଲକ୍ଷେ ୭୭ ତମ ସ୍ବାଧିନତା ଦିବସ ଅବସରରେ ସଦର ବ୍ଲକ ବଣସିଂହ ଠାରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରl ରୋପଣ କରିଥିଲେ l ଏହି ଅବସରରେ ଶ୍ରୀ ସ୍ବାଇଁ ଜୀବଜଗତ ସୃଷ୍ଟି ପୂର୍ବ ରୁ ଉଦ୍ଭିଦ ଜଗତ ସୃଷ୍ଟି ହୋଇଥିଲା l ମାନବ ସମାଜ ତିଷ୍ଠି ରହିବା ପାଇଁ ୩୩ ପ୍ରତିଶତ ଜଙ୍ଗଲ ର ଆବଶ୍ୟକତା ରହିଛି l

ମାତ୍ର ସେତିକି ରୁ କମ୍ ଜଙ୍ଗଲ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି l ବ୍ୟାପକ ଚାରlରୋପଣ ଓ ଜଙ୍ଗଲ ସୃଷ୍ଟି ମାନବ ସଭ୍ୟତା କୁ ବଞ୍ଚାଇ ପାରିବ ବୋଲି ସେ କହିଥିଲେ l

ସମାଜ ପ୍ରତିନିଧି ଶିଶିର କୁମାର ଶତପଥୀ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ଇଡିଅଟ ର ସଦସ୍ୟ ସଚିବ ସରୋଜ କୁମାର ଶତପଥୀ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ହୋତା ,ଶିଶିର ପାଣି , ଅବସରପ୍ରାପ୍ତ ଶିକ୍ଷକ ଗଦାଧର ପରିଡ଼ା , କୈଳlସ ଚନ୍ଦ୍ର ପାଣଗ୍ରାହୀ, ପ୍ରଶାନ୍ତ ପୃଷ୍ଟି, ରାହୁଲ ପୃଷ୍ଟି , ବିନୟ ଷଣ୍ଢ , ବିଶ୍ୱଜିତ୍ ପୃଷ୍ଟି, ହରିହର ସ୍ବାଇଁ,ଦୀପକ ପାଣିଗ୍ରାହୀ, ଅଂଶୁମାନ ଓଝା , ବିଶ୍ୱଜିତ୍ ପରିଡ଼ା, ଦିବ୍ୟରଜନ ପାଣି, ମହାବୀର ବାରିକ୍ , ପ୍ରମୁଖ ସହଯୋଗ କରିଥିଲେ l

ବସୁଧl ଫାଉଣ୍ଡେସନ ଟ୍ରଷ୍ଟ ର ମଦନମୋହନ ଶତପଥୀ ଦୁଇଟି ବର ଓ ଅଶ୍ବସ୍ତ ଗଛ ପ୍ରଦାନ କରିଥିବାବେଳେ ଇଡିଅଟ ପକ୍ଷ ରୁ ଚlକୁଣ୍ଡl , ମହୁଲ, କୁମ୍ଭି, ଅସନ୍, କୃଷ୍ଣଚୁଡ଼ା ଚାରl ଯୋଗେଇ ଦିଆଯାଇ ବଣ୍ଟନ ଓ ରୋପଣ ରେ ସହଯୋଗ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.