Take a fresh look at your lifestyle.

ଇଡିଅଟ ପକ୍ଷ ରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ

ସ୍ଵାଧୀନତା ପରଠାରୁ ଖାଦ୍ୟ ସଙ୍କଟ ଦୂର କରିଛି ଆଧୁନିକ କୃଷି ପଦ୍ଧତି

0 45

 ଢେ଼ଙ୍କାନାଳ: ଢେ଼ଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ ସ୍ଥିତ ସ୍ଵଚ୍ଛାସେବି ସଂସ୍ଥା ଇଡିଅଟ ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ କୃଷି ବୈଜ୍ଞାନିକ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ।

ଶ୍ରୀ ସ୍ବାଇଁ ଉଦବୋଧନ ଦେଇ ସ୍ଵାଧୀନତା ଭାରତରେ ଲୋକ ମାନେ ଦିନ କୁ ୨ ଓଳା ଖାଇବାକୁ ନପାଇ ଅନେକ ବ୍ୟକ୍ତି ଭୋକ ଉପାସରେ ଦିନ କଟୁଥିଲେ ।ମାତ୍ର ଉନ୍ନତ ତଥା ଆଧୁନିକ କୃଷି ପଦ୍ଧତି ଯୋଗୁଁ ଖାଦ୍ୟ ସଙ୍କଟ ଦୂର ହୋଇଛି।୧୯୬୫ ପର ଠାରୁ ରାସାୟନିକ ସାରା ଓ ଔଷଧ ପ୍ରୟୋଗ ଯୋଗୁଁ ଜମିର ସ୍ବାସ୍ଥ୍ୟ ବିଗିଡି ଯାଇଛି।

ଜଳ ବାୟୁ ପରିବର୍ତ୍ତନ ପରିବେଶ ଓ କୃଷି କୁ ନଷ୍ଟ କରିଛି, ଏହି ପରିପ୍ରେକ୍ଷୀରେ ଉଦ୍ଭିଦ ଜଗତ କୁ ସୁରକ୍ଷା ଦେବା ସହିତ ବ୍ୟାପକ ଜଙ୍ଗଲ ସୃଷ୍ଟି ଉପରେ ସେ ଗୁରୁତ୍ୟାରୋପ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଗଦାଧର ପରିଡା,କୈଳାସ ଚନ୍ଦ୍ର ପାଣିଗ୍ରାହୀ,ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇଡିଅଟ ର ପ୍ରତିଷ୍ଠାତା ଶିଶିର ଶତପଥୀ ସଦସ୍ୟ ସଚିବ ସରୋଜ କୁମାର ଶତପଥୀ , କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ହୋତା , କାର୍ଯ୍ୟକ୍ରମ ସଂଯୋଜକ ଶିଶିର ପାଣି, ପ୍ରଶାନ୍ତ ପୃଷ୍ଟି, ରାହୁଲ ପୃଷ୍ଟି, ବିନୟ ଷଣ୍ଢ, ବିଶ୍ୱଜିତ୍ ପୃଷ୍ଟିଅଂଶୁମାନ ଓଝା ,ହରିହର ସ୍ବାଇଁ , ଦୀପକ ପାଣିଗ୍ରାହୀ,ମହାବୀର ବାରିକ୍, ବିଶ୍ୱଜିତ୍ ପରିଡ଼ା , ଦିବ୍ୟରଞ୍ଜନ ପାଣିଗ୍ରାହୀ, ପ୍ରମୁଖ ଯୋଗଦେଇଥିଲେ l ଏହି ଅବସର ରେ ଚାରl ରୋପଣ ଓ ବଣ୍ଟନ କରାଯାଇଥିଲା l

- Advertisement -

Leave A Reply

Your email address will not be published.