Take a fresh look at your lifestyle.

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “”ଆଜାଦୀ କା ଅମୃତ ମହୋତ୍ସବ

0 22

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “”ଆଜାଦୀ କା ଅମୃତ ମହୋତ୍ସବ” ନିମନ୍ତେ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଆଣ୍ଡ କଲ୍ଚରାଲ୍ ଷ୍ଟଡିଜ୍ ଆନୁକୂଲ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ସଂଗ୍ରାମୀମାନଙ୍କ ଉପରେ ଏକ ଜାତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନକୁ ଭୂୟସୀ ପ୍ରଶଂସା କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟେକ ଭାରତୀୟଙ୍କ ଅବଦାନକୁ ଅବତାରଣା କରିଥିଲେ ।

କାର୍ଯ୍ୟକ୍ରମର ସଂଯୋଜକ ଡଃ ଅନିରୁଦ୍ଧ ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସୋପାନରେ ସମ୍ମାନନୀୟ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ତଥା ସ୍ୱାଧୀନତା ସଂଗ୍ରାମୀ ଭୈରବ ଚନ୍ଦ୍ର ମହାନ୍ତିଙ୍କ ପୁତ୍ର ପ୍ରଫେସର ଡଃ ଖାରବେଳ ମହାନ୍ତି ଯୋଗଦେଇ ମହାତ୍ମା ଗାନ୍ଧୀଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ସ୍ମରଣ କରି ପରମ୍ପରା ସହ ପରିବର୍ତନକୁ ଗ୍ରହଣ କଲେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ପରିପ୍ରକାଶ କରିଥିଲେ ।

ଅନ୍ୟତମ ସମ୍ମାନନୀୟ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ଡଃ ଭବାନୀ ଶଙ୍କର ମିଶ୍ର ଯୋଗଦେଇ ଭାରତର ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଢେଙ୍କାନାଳ ଜନ୍ମିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପରିବାରରୁ ତାଙ୍କ ପୁତ୍ର ଚିତରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ସୁରେଖା ବଳିୟାର୍ସିଂ ତାଙ୍କର ମାନପତ୍ର ପାଠ କରିଥିଲେ ।

ଡଃ ସୌମ୍ୟା ନନ୍ଦ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଇ.ଏସ୍.ସି.ଏସ୍.ର ଜିଲ୍ଲା ସଂଯୋଜକ ସୁଚିତ୍ର ବେହେରାଙ୍କୁ ତାଙ୍କର ଉତ୍ସାହୀ ଉଦ୍ୟମ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ପ୍ରଫେସର ତଥା ପ୍ରଶାସନିକ ଅଧିକାରୀ ଡଃ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.