Take a fresh look at your lifestyle.

ଇନ୍ଦିପୁର ରେ “ମେରା ମାଟି, ମେରା ଦେଶ୍”କାର୍ଯ୍ୟକ୍ରମ

0 4

Get real time updates directly on you device, subscribe now.

ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ରେ “ମେରା ମାଟି, ମେରା ଦେଶ୍”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ,ତଥା ଉଦ୍ଦେଶ୍ୟ ବିଷୟରେ ପିଲାମାନଙ୍କୁ ଅବଗତ କରାଯାଇଥିଲା।

ପରେ ପରେ ଅଧ୍ୟାପିକା ଡଃ ପୁଷ୍ପ ଲତା ରଥ,ଅଧ୍ୟାପିକା ଦୀପ୍ତିବାଳା ମିଶ୍ର,ଅଧ୍ୟାପକ ଦୁର୍ଗା ମାଧବ ପାଣିଗ୍ରାହୀ,ତିନୋଟି ଭାଷା ରେ ପିଲାମାନଙ୍କୁ ‘ ପଞ୍ଚପ୍ରଣ’ ଶପଥ କରାଇଥିଲେ ଏବଂ “ବୀରୋ଼‌ କି ବନ୍ଦନା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସସ୍ମିତାମହାପାତ୍ର, ପ୍ରିତୀମଞ୍ଜରୀ ସ୍ୱାଇଁ ଅଧ୍ୟାପକ ସମରେନ୍ଦ୍ର ସିଂ, ପ୍ରହଲ୍ଲାଦ ନାୟକ, ସୁଧୀର ମହାପାତ୍ର, ପ୍ରଦୀପ୍ତ କୁମାର ସ୍ବାଇଁ, ଶ୍ରୀକାନ୍ତ ରାଉତ କାର୍ତ୍ତିକେଶ୍ୱର ପ୍ରଧାନ, ଦେବୀପ୍ରସାଦ ପତି,ଶଶୀକାନ୍ତ କର, ସୁଶୀଲ କୁମାର ନାୟକ ତଥା ବିଭୂତି ଭୂଷଣ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.