Take a fresh look at your lifestyle.

ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ

0 26

Get real time updates directly on you device, subscribe now.

ଢେଙ୍କାନାଳ : ସ୍ଥାନୀୟ ବୋରାପଦାସ୍ଥିତ ଅଂସିହା ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ମିଳିତ ଆନୁକୂଲ୍ୟରେ ଡମଶାଳ ଆଦିବାସୀ ଆବାସିକ ବିଦ୍ୟାଳୟ ପରିସରରେ ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ ହୋଇଯାଇଛି ।

ଏଥିରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଷଡଙ୍ଗୀ ଓ ମୁଖ୍ୟବକ୍ତା ଭାବେ ଭାନୁମତୀ ପାଣୀ ଓ ଡମଶାଳ ଆଶ୍ରମ ସ୍କୁଲର ଛବିସାହୁ , ଅହଲ୍ୟା ସେଠୀ, ଅନିଲ ସେଠୀ, ପ୍ରସନ୍ନ କୁମାର ମଲ୍ଲିକ, ସହକାରୀ ଶିକ୍ଷକ ସାଂସ୍କୃତିକ ମାଧ୍ୟମରେ ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ କରୁଥିବା ହରପି୍ରୟା ସ୍ୱାଇଁ ଏବଂ ଅହିଂସାର ସମ୍ପାଦକ ମାନ ଗୋବିନ୍ଦ ସେଠୀ ପ୍ରମୁଖ ଉଦଘାଟନ କାର୍ଯ୍ୟକ୍ରମରେ ଲୋକାଭିମୁଖି କରିବା ସୁନିିଶ୍ଚିତ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଏହା ବ୍ୟତିତ ପାଲା ମାଧ୍ୟମରେ ଖାଉଟି ସୁରକ୍ଷା ସଚେତନତା ବାର୍ତା ସମ୍ପର୍କୀୟ ସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସେଠୀ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.