Take a fresh look at your lifestyle.

ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ

0 11

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସାଙ୍କୁଲେଇ ପଂଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଯାହାକୁ ନେଇ ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଦିନବନ୍ଧୁ ଜଣେ ଫୁଲ ପ୍ରେମୀ । ଯୁଆଡେ ଯାଆନ୍ତି କିଛି ନା କିଛି ଫୁଲଚାରା ଅଣି ନିଜ ଫାର୍ମ ହାଉସ୍ରେ ଲଗାନ୍ତି । କଲିକତା ଗସ୍ତ ସମୟରେ ଏହି ପାରିଜାତ ଗଛଟିକୁ ଆଣି ନିଜ ଫାର୍ମ ହାଉସ୍ରେ ଲଗାଇଥିଲେ । ଏକବର୍ଷ ଦଶମାସ ପରେ ଏହା ପ୍ରଥମ ଫୁଲ ଫୁଟିଥିଲା । ଏହି ଅବସରରେ ଆଜି ଫୁଲଗଛ ମୂଳ ବ୍ରାହ୍ମଣଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା ଓ ଅଂଚଳଟି ସଂକୀର୍ତନ ଦ୍ୱାରା ଆଧ୍ୟାମିôକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଖପାଖ ଅଂଚଳର ଲୋକମାନେ ଏହି ଦୁର୍ଲଭ ଫୁଲ ଦେଖିବା ପାଇଁ ଲମ୍ବା ଧାଡି ଲଗାଇଥିଲେ ।

ପୂଜାପାଠ ପରେ ଫୁଲଟିକୁ ତୋଳାଯାଇ ସଂକୀର୍ତନ ମଣ୍ଡଳୀଙ୍କ ସହାୟତରେ ଢେଙ୍କାନାଳ ସହରସ୍ଥିତ ସିଦ୍ଧ ବଳରାମ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ମା’ଲକ୍ଷ୍ମୀଙ୍କ ଚରଣରେ ଲାଗି କରାଯାଇଥିଲା । ମହାଲକ୍ଷ୍ମୀ ମନ୍ଦିରର ପୂଜକ ଶ୍ରୀବତ୍ସ ମିଶ୍ର ରୀତିନୀତ ଅନୁଯାୟୀ ପୁଲଟିକୁ ମା’ଙ୍କ ପାଖରେ ଅର୍ପଣ କରିଥିଲେ । ଏହି ଶୁଭ କାର୍ଯ୍ୟରେ ଦିନବନ୍ଧୁଙ୍କ ପତ୍ନୀ ପ୍ରମିଳା ଭୋଳଙ୍କ ସମେତ ଗ୍ରାମର ସୁରେଶ କୁମାର ଭୋଳ, ରମେଶ ଭୋଳ, ଧନେଶ୍ୱର ଭୋଳ, ପ୍ରସନ୍ନ କୁମାର ଭୋଳ ଓ ପୂଜକ ରଜତ ଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.