Take a fresh look at your lifestyle.

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

0 62

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସଦାଶିବପୁର ଗ୍ରାମଞ୍ଚାୟତର ବଉଳପୁର ଗ୍ରାମରେ ବାଉଁଶ ହସ୍ତଶିଳ୍ପ କୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବାଉଁଶ କାରିଗରଙ୍କ ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋକପାତ କରି ଏସବୁର ଫାଇଦା ନେବାପାଇଁ କହିଥିଲେ ।

ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଧନା ବଳରେ ଯେକୌଣସି କାର୍ଯ୍ୟର ସିଦ୍ଧି ଲାଭ କରିହେବ । ବାଉଁଶରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହିଥିବା କହିଥିଲେ ।

ସଦାଶିବପୁର ପଞ୍ଚାୟତ ସରପଞ୍ଚ ଧରିତ୍ରୀ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଉଁଶ କାରିଗରଙ୍କୁ ପଞ୍ଚାୟତ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

ହସ୍ତଶିଳ୍ପ ବିକାଶ ଅଧିକାରୀ ମନୋରଞ୍ଜନ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିବା ସହ ଆଧୁନିକ ପ୍ରଣାଳିରେ ବାଉଁଶରୁ ଉଚ୍ଚକୋଟିର ଦ୍ରବ୍ୟର ପ୍ରସ୍ତୁତି ପ୍ରଣାଳିର କୌଶଳ ବର୍ଣ୍ଣନା କରିଥିଲେ ।

ହସ୍ତଶିଳ୍ପ ସହକାରୀ ନିଦେ୍ର୍ଦଶକ ରମାକାନ୍ତ ବେହେରା ବାଉଁଶ କାରିଗରମାନଙ୍କ ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ନଡାଶିଳ୍ପରେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲାର ପ୍ରତାପ କୁମାର ନାୟକ ଏବଂ ରାଜ୍ୟସ୍ତରୀୟ ଡୋକ୍ରା କାଷ୍ଟିଙ୍ଗ୍ ଡିଜାଇନର ଭାବେ ପୁରସ୍କାର ଲାଭ କରିଥିବା ସନାତନ ପ୍ରଧାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦନା କରାଯାଇଥିଲା । ଉଭୟ କାରିଗର ତାଙ୍କର କୌଶଳ ଏବଂ ସାଧନା ବିଷୟରେ କହିିଥିଲେ ।

ପାର୍ବତୀ ମାର୍ଣ୍ଣି ଶେଷରେ ଧନ୍ୟବାଦ ଦେଇଥିଲେ । ହସ୍ତଶିଳ୍ପ ବିକାଶ ଅଧିକାରୀ ଇପ୍ସିତା ମହାନ୍ତି, ବରିଷ୍ଠ ସହାୟକ ମାୟାଧର ମଲ୍ଲିକ, କ୍ଲଷ୍ଟର ସଂଯୋଜକ ଆଲୋକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.