Take a fresh look at your lifestyle.

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୭୨ ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରାଗଲା

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଓଡ଼ିଶାର ଆଜି ସମ୍ବଲପୁର,ଦେବଗଡ଼, ଅନୁଗୋଳ ଏବଂ ଢ଼େଙ୍କାନାଳ ୪ ଜିଲ୍ଲାର ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 26

Get real time updates directly on you device, subscribe now.

ଭୁବନେଶ୍ୱର: ଭାରତକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୪ ଜିଲ୍ଲା ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢ଼େଙ୍କାନାଳର ପ୍ରଥମ ପର୍ଯ୍ୟାୟରେ ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ୭୨ ଜଣ ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି । ଏହି ଜିଲ୍ଲାର ଟିବି ରୋଗରେ ପୀଡ଼ିତଙ୍କୁ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେରେ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟିବି ପୀଡ଼ିତଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଦେଶକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ହୋଇଛନ୍ତି । ‘ଅନ୍ତୋଦୟ’ ଅଭିଯାନର ଅଂଶସ୍ୱରୂପ “ଟିବି ମୁକ୍ତ ଭାରତ ଅଭିଯାନ” ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାରା ଦେଶରେ ଆରମ୍ଭ ହୋଇଛି । ଚଳିତ ସେପ୍ଟେମ୍ବର ୯ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ “ଟିବି ମୁକ୍ତ ଭାରତ ଅଭିଯାନ”ର ଶୁଭାରମ୍ଭ କରିବା ସହ ଏଥିରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

ଏହି ଅଭିଯାନରେ ଟିବି ପୀଡ଼ିତ ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ଗୋଟିଏ ପୋର୍ଟାଲ ନିରନ୍ତର କାମ କରୁଛି । ଆଧୁନିକ ଚିକିତ୍ସା ବଳରେ ଟିବିର ସଂପୂର୍ଣ୍ଣ ବିଲୋପ କରାଯାଇପାରିବ । ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୀଡିତଙ୍କ ଆଶୁ ଆରୋଗ୍ୟ ଓ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ ସହ ପାରିବାରିକ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତି । ଏହାବ୍ୟତିତ ଆଗାମୀ ଦିନରେ ଏହି ୪ ଜିଲ୍ଲାରେ ଥିବା ଟିବି ରୋଗରେ ପୀଡ଼ିତଙ୍କ ପାଖରେ ପୁଷ୍ଟି କିଟ୍ ପହଞ୍ଚିବ ବୋଲି କହିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.