Take a fresh look at your lifestyle.

ଲିଙ୍ଗ ନିରୂପଣ ମାମଲା: ଡାକ୍ତରଙ୍କ ସମେତ ଜଗନ୍ନାଥ ହସ୍ପିଟାଲ ମାଲିକଙ୍କୁ ୩ ବର୍ଷ ଜେଲ

0 20

Get real time updates directly on you device, subscribe now.

ଢେଙ୍କାନାଳ: ବେଆଇନ୍ ଲିଙ୍ଗ ନିରୂପଣ କରିବା ମହଙ୍ଗା ପଡିଛି । ଡାକ୍ତରଙ୍କ ସମେତ ଘରୋଇ ଡାକ୍ତରଖାନାର ମାଲିକ, ମାଲିକାଣୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି ।

ଢେଙ୍କାନାଳ ଏସ୍ଡିଜେଏମ୍ ଏହି ମାମଲାର ବିଚାର କରି ଢେଙ୍କାନାଳର ଶ୍ରୀଜଗନ୍ନାଥ ହସ୍ପିଟାଲର ମାଲିକ ବିକାଶ ଓରଫ୍ ବିଜୟ ସାହୁ, ତାଙ୍କପତ୍ନୀ ମମତା ସାହୁ ଏବଂ ଗାଇନିଙ୍ଗ୍ ବିଭାଗ ବରିଷ୍ଠ ଡାକ୍ତର ଖଗେଶ୍ୱର ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି ।

ଗତ ୨୦୧୪ ମସିହା ମେ ମାସ ୨୮ ତାରିଖରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ହସ୍ପିଟାଲ ଉପରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ବେଆଇନ୍ କାର୍ଯ୍ୟ ଚାଲିଥିବା ନେଇ ଉକ୍ତ ହସ୍ପିଟାଲ୍ର ଅଲଟ୍ରାସାଉଣ୍ଡ୍ ମେସିନ୍ ସିଲ୍ କରିଦିଆଯାଇଥିଲା ।

ଢେଙ୍କାନାଳର ତକ୍ରାଳୀନ ତହସିଲଦାର ଶ୍ରୀଜଗନ୍ନାଥ ହସ୍ପିଟାଲ୍ ନାମରେ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ ଅଦାଲତରେ କେସ୍ ନଂ. ୪୩/୧୪, ୨ସିସି ପିସି ଆଣ୍ଡ ପିଏନ୍ଡିଟି ଆଇନ୍ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ ।

ସାକ୍ଷ୍ୟ ପ୍ରମାଣ ଆଧାରରେ ଅଦାଲତ ୩ ଅଭିଯୁକ୍ତ ଡାକ୍ତର ଖଗେଶ୍ୱର ବେହେରା, ହସ୍ପିଟାଲ ମାଲିକ ବିକାଶ ସାହୁ ଓ ତାଙ୍କପତ୍ନୀ ମମତା ସାହୁଙ୍କ ବିରୋଧରେ ଅଦାଲତ ଦଣ୍ଡବିଧାନ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ପବ୍ଲିକ୍ ପ୍ରୋସିକ୍ୟୁଟର ଗଣେଶ୍ୱର ବେହେରାଙ୍କ ନିଦେ୍ର୍ଦଶକ୍ରମେ ଏପିପି ଉମେଶ ଚନ୍ଦ୍ର ପାଣିଗ୍ରାହୀ ମାମଲାକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.