Take a fresh look at your lifestyle.

ପରିଣତ ବୟସରେ ବି ମିଳିନି ଆବାସ, ଭଙ୍ଗା ଚାଳ ତଳେ ବୃଦ୍ଧ ଦମ୍ପତି ଙ୍କ ଜୀବନ

0 48

Get real time updates directly on you device, subscribe now.

କାମାକ୍ଷାନରର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଉଦ୍ଧବ ବେହେରା (68) ପତ୍ନୀ ଯଶୋଦା ବେହେରା (60) ଙ୍କୁ ଆବାସ ଯୋଜନା ମିଳୁ ନଥିବାରୁ ଅଭିଯୋଗ ହୋଇଛି I

ଉଦ୍ଧବ ପାଖା ପାଖି ତିରିଶି ବର୍ଷ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବାରୁ କୋଣସି କାମ ଧନ୍ଦା କରିପାରୁନାହାନ୍ତି I ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ଓ ଦଶ କେଜି ଚାଉଳ ମିଳୁଥିବା ବେଳେ ପତ୍ନୀ ଯଶୋଦା ଗାଁ ଗଣ୍ଡାରେ ଘର ମାନଙ୍କରେ କାମ ଧନ୍ଦା କରି ପେଟ ପୋଷୁଛନ୍ତି I

ବୃଦ୍ଧ ଦମ୍ପତି ନିଃସନ୍ତାନ ହୋଇଥିବାରୁ ପରିଣତ ବୟସରେ ବି ରାତି ପାହିଲେ ପେଟ ଚାଖଣ୍ଡକ ପାଇଁ ଚିନ୍ତାଗ୍ରସ୍ତ ହେଉଛନ୍ତି I ଝଡ଼ ବର୍ଷା ଦିନେ ଭଙ୍ଗା ଚାଳ ତଳେ ରହିବା ତାଙ୍କ ପକ୍ଷେ ସମ୍ଭବ ପର ହେଉ ନାହିଁ I

ସରକାରୀ ସହାୟତା ରେ ବୃଦ୍ଧ ଦମ୍ପତି ଙ୍କ ଯାହିତାହି ଜୀବନ ବଞ୍ଚୁଥିବା ବେଳେ ଭଙ୍ଗା ଘର କୁ ମରାମତି କରିବା ଦୂରର କଥା ପକ୍କା ଘର ଖଣ୍ଡେ କରିବା ଅସମ୍ଭବ ହୋଇପଡ଼ିଛି I

ରାଜ୍ଯସରକାର ସମସ୍ତ କୁଷ୍ଠ ରୋଗୀ ଆକ୍ରାନ୍ତ ଙ୍କ ପାଇଁ ପ୍ରମାଣପତ୍ର ଦେବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି I ଏ କ୍ଷେତ୍ରରେ ଉଦ୍ଧବ ପାଖରେ ତାହା ଅପହଞ୍ଚ ହୋଇପଡ଼ିଥିବାରୁ ସ୍ତାନୀୟ ଜନ ପ୍ରତିନିଧି ଙ୍କ ଦାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I

ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବୃଦ୍ଧ ଦମ୍ପତିଙ୍କୁ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦେବା ସହ ଅନ୍ତୋଦୟ ଯୋଜନା ରେ ସାମିଲ୍ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.