Take a fresh look at your lifestyle.

ଭସାଣି ଉତ୍ସବରେ ଡିଜେକୁ ସମ୍ପୁଣ୍ଣ ବାରଣ ନିସ୍ପତି।

କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

0 19

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ପକ୍ଷରୁ କାମାକ୍ଷା ନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଆସାନ୍ତା ଶାରଦିୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକ ରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଏସ୍ଡ଼ିପିଓ, ଏନଏସି ଅଧିକାରୀ,ଅଗ୍ନିଶମ ଅଧିକାରୀ,ବିଦୁତ ବିଭାଗ , ସ୍ୱାସ୍ଥ୍ୟ ବିଭାଗ, ଜନସ୍ବାସ୍ଥ୍ୟ ବିଭଗ,ପୂର୍ତ୍ତ ବିଭାଗ ଓ ଅବକାରୀ ଅଧିକାରୀ ଙ୍କ ସମେତ ସମସ୍ତ ପୂଜା କମିଟି ସଭାପତି ମାନେ ଉପସ୍ଥିତି ଥିଲେ |

ତେବେ ଚଳିତ ବର୍ଷ ୧୫ଟି ମଣ୍ଡପ ରେ ପୁଜା ହେବ। ଦିର୍ଘ ପାଞ୍ଚ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ |ତେବେ ଭସାଣି ଉତ୍ସବ ରେ ଡିଜେ କୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ ସମସ୍ତ ମେଢ଼ ସହର ପରିକ୍ରମା କରି ରେଙ୍ଗାଳି ପଡିଆ ଠାରେ କ୍ରମନ୍ୱରେ ଏକତ୍ରିତ ହେବେ |

ପରିଶେଷ ରେ ସେଠାରେ ରାବଣ ପୋଡି ଅନୁଷ୍ଠିତ ହେବା ପରେ ରାମିଆଳ ନଦୀ ଠାରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.