Take a fresh look at your lifestyle.

ଭୁବନ ର ବିଭିନ୍ନ ସ୍ଥାନରେରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

0 3

Get real time updates directly on you device, subscribe now.

ପଞ୍ଚାୟତ ସମିତି କାର୍ଯ୍ୟାଳୟ
ଭୁବନ : ଭୁବନ ପଞ୍ଚାୟତ ସମିତିତରଫରୁ ୭୬ ତମସ୍ୱାଧିନତା ଦିବସ ପାଳିତହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିକହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା । ଗଣତନ୍ତ୍ରକୁ ରକ୍ଷାକରିବା ଆମର କାମ । ଭାରତ ଆଜ ିସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ଦାରିଦ୍ର, ବେକାରୀ, ବେରୋଜଗାରୀ ଓ ଦୁର୍ନୀତ ିବିକାଶ ପଥରେ ପ୍ରତିବନ୍ଧକ ସାଜିଛି । ତେଣୁ ଆମକୁ ଦେଶପାଇଁ ସମର୍ପିତ ହୋଇକାଯ୍ୟ ର୍କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ପଞ୍ଚାୟତ ପ୍ରତିନିଧି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭାରପ୍ରାପ୍ତ ସିଡିପିଓ ନିର୍ମଳା ସେଠୀ ,ଯୋଗାଣ ନିରୀକ୍ଷକ ବେଢା ବେସ୍ରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ତହସିଲ କାର୍ଯ୍ୟାଳୟ
ଭୁବନ ତହସିଲ କାର୍ଯ୍ୟାଳୟ ପରିସରରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଟ୍ରେଜେରୀ ଅଫିସର କୈଳାସ ଚନ୍ଦ୍ର ମହାରଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବରିଷ୍ଠ କିରାଣୀ ସୁଧିର କୁମାର ପଣ୍ଡା ,ଆକାଉଣା୍ଟଟ ବିରେନ ବିଶ୍ୱାଳ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଜାତୀୟ ସଙ୍ଗୀତଗାନ କରିଥିଲେ ।

ବିଜ୍ଞାପିତ ଅଞ୍ଚଳ ପରିଷଦ
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ୭୬ ତମସ୍ୱାଧିନତା ଦିବସ ପାଳିତହୋଇଯାଇଛି । ଉପନଗରପାଳ ଶ୍ରୀମତୀ ମାନିନୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ,କାଉନସିଲର ପପୁ କୁମାର ସାହୁ , ଗିରିଧାରୀ ସାହୁ , ମନୋରଂଜନ ସାହୁ , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ ଏନଏସି ତରଫରୁ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଭୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଡା.ସିଦ୍ଧାର୍ଥ ଶଙ୍କର ପତି ଜାତୀୟ ପତାକାଉତ୍ତୋଳନ କରିଥିଲେ । ଡା.ମନୋଜ କୁମାର ମହାନ୍ତି,ଡା ଅନିନ୍ଦିତା ପରିଡା , ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଫରେଷ୍ଟରେଞ୍ଜ କାର୍ଯ୍ୟାଳୟ
ଭୁବନ ଫରେଷ୍ଟରେଞ୍ଜ କାର୍ଯ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ରେଞ୍ଜର ଅନିତା ସେଠୀ ଜାତୀୟ ପତାକା ଉତୋଳନ କରିଥିବା ବେଳେ ଫରେଷ୍ଟର କବିତା ବିଶ୍ୱାଳ ,ଫରେଷ୍ଟଗାଡ ର୍ମମତା କଅଁର ଓ ସ୍କ୍ୱାର୍ଡ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ମୀରାବାଇ କଳା ବିକାଶ କେନ୍ଦ୍ର
ଭୁବନର ସର୍ବପୁରାତନ ନୃତ୍ୟ ସଙ୍ଗୀତ ବିଦ୍ୟାଳୟ ମୀରାବାଇ କଳା ବିକାଶ କେନ୍ଦର ଠାରେ ୭୬ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚିତ୍ରଶିଳ୍ପୀ ନାରାୟଣ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଳାବିକାଶ କେନ୍ଦ୍ରର ମୁଖ୍ୟ ପରିଚାଳକ ଭଗବାନ ଗୁରୁ ଙ୍କ ସମେତ ଶାନ୍ତନୁ ଦାଶ ଯୋଗ ଦେଇଥିଲେ । କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତଗାନ କରାଯାଇଥିଲା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଭୁବନ ଥାନା
ଭୁବନ ଥାନାରେ ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଜାତୀୟ ପତାକାଉତ୍ତୋଳନ କରିଥିଲେ । ଏସଆଇ ସୁକାନ୍ତି କେରକଟା, ଅନୁରାଗ ମଲ୍ଲିକ , ଅକାରଣ ବେହେରା , ଏଏସଆଇ ପ୍ରଦୀପ କୁମାର ସତପଥି , ପ୍ରଭାତ କୁମାର ରାଉତ , ଜୟଶ୍ରୀ ଗଡନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ପତାକାକୁ ସାଲ୍ୟୁଟକରି ସମ୍ମାନ ଜଣାଇଥିଲେ ।

   ସରସ୍ୱତୀ ଶିଶୁମନ୍ଦିର
ଭୁବନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ,ଶିଶ ୁସାହିତ୍ୟିକ ତଥା ପ୍ରବଚକ ରବୀନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାଉତ୍ତୋଳନ କରିଥିଲେ ।

ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ , ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ,ଗୁରୁଜୀ ଦିନେଶ ବୈଶାକ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଅନୁରୂପ ଭାବେ ଭୁବନର ସମସ୍ତ ସରକାରୀ ,ବେସରକାରୀ ସ୍କୁଲ, କଲେଜ, ବଣିକ ସଂଘ, ବ୍ୟାଙ୍କରେ ୭୬ ତମସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.