Take a fresh look at your lifestyle.

ଜରି ପାଲ ତଳେ ଛଅ ପ୍ରଣୀ କୁଟୁମ୍ବ, ପଡୁନି ପ୍ରଶାସନ ର ନଜର

0 37

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ଅସହାୟ ଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି I ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରି କଚା ଘରକୁ ପକ୍କା ଘର କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବାରାଦ ହେଉଥିବା ବେଳେ ପଞ୍ଚାୟତ ସ୍ତରରେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି I

ଭୁବନ ବ୍ଲକ୍ ଅନ୍ତର୍ଗତ ବାରୁଆଁ. (ଖ) ପଞ୍ଚାୟତ କଂଅସରଗୋଡା ଗ୍ରାମର ପ୍ରଫୁଲ ଦେହୁରୀ (75) ଆବାସ ଯୋଜନା ରୁ ବଞ୍ଚିତ ଥିବାରୁ ଜରି ପାଳ ତଳେ କାଟୁଛନ୍ତି I ପ୍ରଫୁଲ ଙ୍କ ପରିବାର କହିଲେ ପତ୍ନୀ ପାର୍ବତୀ ଦେହୁରୀ (60) ଗୋଟିଏ ପୁଅ ଶରତ ଦେହୁରୀ (42) ବହୁ ଗୀତାଞ୍ଜଳି ଦେହୁରୀ ଓ ଦୁଇ ନାତି ନାତୁଣୀ ଏମିତିକି ଛଅ ପ୍ରଣୀ କୁଟୁମ୍ବ I

ପ୍ରଫୁଲ୍ଲ ଙ୍କ ବୟସ ପାଖାପାଖି ସତୁରୀ ଟପିଲାଣି ସେ ଆଉ ପାରୁନାହାନ୍ତି I ପୁଅର ରୋଜଗାରରେ ଯାହା ଯେମିତି ଘର ଚଳେ I ଦୁଇ ବର୍ଷ ତଳେ ବର୍ଷା ପବନରେ ଚାଳ ଉଡ଼ିଯିବାରୁ ମାଗି ଯାଚି ଜରି ପାଲ ଢାଙ୍କି ସେହିଘରେ ରହୁଛନ୍ତି I ଖରା ଦିନେ ଯତର କତର ଚଳିଯାଉଥିବା ବେଳେ ବର୍ଷା ଦିନେ ଜୀବନ କୁ ବାଜି ଲଗାଇ ରହୁଛନ୍ତି ଏମିତିକି ରାତିରେ ଉଜାଗର ରହିବାକୁ ପଡୁଚି I

ଅଭାବ ଅନଟନ ଭିତରେ ପରିବାର ଚଲୁଥିବା ବେଳେ ପକ୍କା ଘର ଖଣ୍ଡେ କରିବା ପାଇଁ ସାତ ସପନ ପାଲିଟିଛି I ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେଲିନି ଚାରି ପାଞ୍ଚ ଜଣ ସରପଞ୍ଚ ଗଲେଣି କେହି କର୍ଣ୍ଣ ପାତ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ପ୍ରଫୁଲ୍ଲ I

ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଆବାସ ଯୋଜନା ରେ ଘର ଯୋଗାଇ ଦେବା ପାଇଁ ନିବେଦନ କରୁଛନ୍ତି I ଏ ସମ୍ପର୍କରେ ସରପଞ୍ଚ ବୀଣାପାଣି ସାହୁ କୁହନ୍ତି ଆବାସ ତାଲିକାରେ ପରିବାର ର ନାମ ନାହିଁ ବର୍ତ୍ତମାନ ୱେବସାଇଟ୍ ବନ୍ଦ ଅଛି ସାଇଟ୍ ଚାଲିଲେ ନାମ ଯୋଡ଼ାଯାଇ ଆବାସ ଯୋଗାଇ ଦିଆଯିବ !!

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.