Take a fresh look at your lifestyle.

ଶ୍ରାବଣ ମାସରେ ପାଣି ପାଇଁ ଚିନ୍ତାରେ ଚାଷୀ ,ପଳାଶୁଣି ଅଞ୍ଚଳ ଚାଷ ଜମି ଫାଟି ଆଁ

0 110

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଶ୍ରାବଣ ମାସରେ ବର୍ଷା ନାହିଁ । ଆଉ କିଛି ଦିନ ପରେ ଭାଦ୍ରବ ମାସ ଆସି ପହଁଚିବ ।ଏହି ଚିନ୍ତାରେ ଅଛନ୍ତି ପଳାଶୁଣି ଅଞ୍ଚଳର ୧୦ ଟି ପଞ୍ଚାୟତ ଗଡ଼ପଳାଶୁଣି, ମହାବିରୋଡ଼, ଝିଲ୍ଲୀ, ଦଶୀପୁର, କୁଟୁରିଆ, ଘାଗରାମୁଣ୍ଡା, ବାମ,ପଙ୍ଗାତିରା, ବିରିବୋଲାଇ, ଚାନ୍ଦପୁର ପଞ୍ଚାୟତର ଶହ ଶହ ଚାଷୀଙ୍କ ବିଲରେ ପାଣି ଟିକେ ନାହିଁ ।

ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁ ନାହିଁ । ପାଣି ନଥିବାରୁ ଧାନ ତଳି ପଡିବାର ୨ ମାସରୁ ଅଧିକ ସମୟ ହେଇଥିଲେ ମଧ୍ୟ ଧାନ ତଳି ରୁଆ ହେଇ ପାରୁ ନାହିଁ ଅପରପକ୍ଷରେ ଧାନ ବୁଣା ହେଇଥିବା ବିଲରେ ପାଣି ନଥିବାରୁ ଜମିରେ ବେଉଷଣ ହେଇ ପାରୁ ନାହିଁ ।ଅନେକ ବିଲରେ ପାଣି ନଥିବାରୁ ପ୍ରଚଣ୍ଡ ଖରାରେ କିଛି ଧାନ ବିଲ ଫାଟି ଆଁ କରି ଧାନ ତଳି ମରିଗଲାଣି ।

ଏହି ଅଞ୍ଚଳରେ ଜଳସେଚନ ର କୌଣସି ସୁବିଧା ନଥିବାରୁ ଚାଷୀ ମାନେ ଚିନ୍ତାରେ ଅଛନ୍ତି ।ମୁଖ୍ୟତଃ ଅଞ୍ଚଳର ଜନସାଧାରଣ ଧାନ ଚାଷ ଉପରେ ନିର୍ଭର କରୁଥିଲା ବେଳେ ଧାନ ଅମଳ କଲାପରେ ନିଜେ ଖାଇବା ପାଇଁ ଧାନ ସଞ୍ଚିତ କଲା ପରେ ବଳକା ଧାନ ବିକ୍ରି କରି ଯାହା କିଛି ଅର୍ଥ ଉପାର୍ଜନ ହୁଏ ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି ।

ଏବେ ବର୍ଷା ନିଖୋଜ ହେଇଯାଇଥିବାରୁ ଆରମ୍ଭରୁ ମରୁଡି ହେବା ଆଶଙ୍କା କରି ଚିନ୍ତାରେ ଅଛନ୍ତି ଅଞ୍ଚଳର ଶହ ଶହ ଚାଷୀ ।ଏ ସମ୍ପର୍କରେ ପଳାଶୁଣି ଅଞ୍ଚଳ ଚଷା ସମାଜ ସଭାପତି ଧନେଶ୍ୱର ସାହୁ କୁହନ୍ତି ଅଞ୍ଚଳରେ ଜଳସେଚନ ସୁବିଧା ପାଇଁ ଛୁଟ ଛୁଟ ନାଳ କୁ ବନ୍ଧା ଯାଇ ଜଳସେଚନର ସୁବିଧା କରାଯିବା ସହିତ ସରକାରଙ୍କ ତରଫରୁ ୪ ଜଣ ଚାଷୀ ମାନଙ୍କ ପାଇଁ ବୋର ୱେଲ ସୁବିଧା ଥିଲା ବେଳେ ଏହା ସମ୍ଭବ ହୋଇ ପାରୁ ନଥିବାରୁ ପ୍ରତକ ଚାଷୀଙ୍କ ପାଇଁ ବୋର ୱେଲ ବ୍ୟବସ୍ଥା କରାଗଲେ ଚାଷୀ କୁଳ ଉପକୃତ ହେଇ ପାରନ୍ତେ ।

- Advertisement -

Leave A Reply

Your email address will not be published.