Take a fresh look at your lifestyle.

ବ୍ୟଙ୍ଗ କବିତା – ଫରମା ନିଶା ଟା ଉତୁରି ଯାଇଛି

0 38

ଆମରି ଗାଁର ଧରମା ଦାଦି ଟା
ଗମେଟ ଚାକିରି କରିଛି
ଦରମା ସାଙ୍ଗକୁ ଭଲକି ଗଣ୍ଡାଏ
ଫରମା ବି ସେ ପାଉଛି।(୧)

ଗାଁ ମାଟିକୁ ସେ ଭୁଲି ଯାଇଛି
ସେ ଭୁବନେଶ୍ୱର ରେ ରହୁଛି
ଲୋନ କରିକି ନୟାପଲ୍ଲୀ ରେ
ଘରଟିଏ କିଣି ଦେଇଛି।(୨)
ଫରମା ଟଙ୍କାରେ ପୁଅକୁ ତା’ର

ଡାକ୍ତର କରିବ ଭାବୁଛି
ଘରର ଲୋନ ସୁଝିବ ବୋଲି
ଫରମା ପରା ସେ ଆଣୁଛି।(୩)
ବୁଲେଟ ଧରିକି ସ୍ତ୍ରୀ କୁ ନେଇକି

କେଜିଏଫ ଦେଖି ଯାଉଛି
ସ୍ତ୍ରୀ ର ଟିକିଏ ଖୁସି ପାଇଁ କି
ସପିଙ୍ଗ କରି ସେ ଫେରୁଛି।(୪)
ଏବେ ତାକୁ ଭିଜିଲାନ୍ସ ଧରି ନେଇଛି

ଚାକିରି ସହିତ ଘରଟାକୁ ତା’ର
ସିଲ୍ କରିକି ରଖିଛି
ସେଇ ଚିନ୍ତାରେ ତା ମୁଣ୍ଡଟା ଘୂରେଇ ଦେଉଛି।(୫)
ଘରର ଲୋନ କେମିତି ସୁଝିବସେହି କଥା ବସି ଭାବୁଛି
ପୁଅକୁ ତା’ର ଡାକ୍ତର କରିବ
ଆଶା ଆଶାରେ ତା ରହିଯାଇଛି।(୬)
ଫରମା ନେବା ଟା ଅପରାଧ ବୋଲି

ଏବେ ସିଏ ଜାଣିପାରିଛି
ଏତେ ସରି ପରେ
ମନରୁ ତା ଫରମା ନିଶା ଟା ଉତୁରି ଯାଇଛି।(୭)
ପୁଣି ଚାକିରିଟା ସେ ଫେରି ପାଇଛି

ଘରଟାକୁ ତା’ର ବିକିଦେଇ ସିଏ
ଫରମା କୁ ଛି କରିଛି
ତେବେ ସଚ୍ଚୋଟ ମଣିଷ ଟେ ହୋଇପାରିଛି।(୮)
ବିକାଶ କୁମାର ହୋତା
ଆମ୍ବପଡା,କରମୂଳ, ଢେଙ୍କାନାଳ
8658292051,7008928798

- Advertisement -

Leave A Reply

Your email address will not be published.