Take a fresh look at your lifestyle.

ଇନିଷ୍ଟାଗ୍ରାମ ରିଇଲ୍ସ

0 14
ବାପା ବାପା ବୋଲି ପାଖ ଛାଡୁ ନାହିଁ
ଝିଅ ଆଇ ଫୋନ୍ କିଣିବ କହୁଛି
ଇନିଷ୍ଟାଗ୍ରାମେ ରିଇଲ୍ସ କରିକି
ବଡ଼ ୟୁଜର୍ ସପନ ଦେଖୁଛି। (୧)
ପାଠ ଶାଠ କିବା ତାର ହେଉଛି
ଫାଜିଲ ହୋଇକି
ସାଙ୍ଗ ସାଥି ମେଳେ
ଦିନ ରାତି ରିଇଲ୍ସ କରୁଛି।(୨)
ବାପା ଙ୍କ କଥାରେ ହଁ ଭରି ସିଏ
ତେଜପୂତ୍ରୀ ହେବ କହୁଛି
ଏତେ ସରି ପୁଣି ତାର
ରିଇଲ୍ସ ନିଶା କିବା କମୁଛି।(୩)
ଧନ୍ୟ ସେ ଇନିଷ୍ଟାଗ୍ରାମ
କି ମନ୍ତର ସେ ଜାଣିଛି
ଛୋଟ ପିଲା ଠାରୁ
ବୁଢ଼ା ବୁଢୀ ଯାକ ସଭିଁଙ୍କୁ ବାଇଆ କରୁଛି।(4)

ବିକାଶ କୁମାର ହୋତା
ଗ୍ରାମ -ଆମ୍ବପଡା,ପୋ-କରମୂଳ
ଜିଲ୍ଲା -ଢେଙ୍କାନାଳ
Mob -8658292051
7008928798

- Advertisement -

Leave A Reply

Your email address will not be published.