Take a fresh look at your lifestyle.

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ କ୍ଷୋଭ

0 33

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବାରୁ ପ୍ରେସ କାଉନସିଲ ସଦସ୍ୟ ,ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଘୋର ଉଦବେଗ ପ୍ରକାଶ କରିଛନ୍ତି।

ପୋଲିସ ପ୍ରଶାସନ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ଏକ ବିବବୃତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ସମୟରେ ସାମ୍ବାଦିକ ମାନେ ଏକ ବିଶେଷ ଭୂମିକା ତୁଲାଇ ଥାନ୍ତି।

ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନର ଦାୟିତ୍ଵ।ମାତ୍ର ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନର ତିନୋଟି ଯାକ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ଯାହା ଦେଖାଗଲା ଏହି ଦିଗଟି ପ୍ରତି ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରାଯାଇଛି ।

ପୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମିଳୁଥିବା ଆଇନ ଗତ ସୁରକ୍ଷା ସାମ୍ବାଦିକଙ୍କୁ ମଧ୍ୟ ମିଳିବା ଦରକାର ବୋଲି ମତବ୍ୟକ୍ତ କରି ଏ ସମ୍ପର୍କରେ ସେ ନିର୍ବାଚନ ଆୟୁକ୍ତ ,ପୋଲିସ ଡିଜି ଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।ଆଜିର ଆକ୍ରମଣ ସବୁ ସୀମା ଅତିକ୍ରମ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ଏସଂପର୍କରେ ଭାରତୀୟ ପ୍ରେସ କାଉନସିଲ ଓ ଆନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ (ଆଇ ଏଫ୍ ଜେ ) ର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଆକ୍ରମଣରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବାସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅବଶିଷ୍ଟ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ସାମ୍ବାଦିକଙ୍କ ନିରାପତ୍ତା ସୁନିଶ୍ଚିତ କରାଯାଉ ବୋଲି ସେ ବିବୃତିରେ ଦାବି କରିଛନ୍ତି।

- Advertisement -

Leave A Reply

Your email address will not be published.