Take a fresh look at your lifestyle.

ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି

0 154

Get real time updates directly on you device, subscribe now.

ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରଶାସନ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଗାଦୀ ବଡ଼ମଠ ଭଜନ ମଣ୍ଡପ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ସାଧୁ, ସନ୍ଥମାନେ ଗାଦୀ ମନ୍ଦିରରେ ପ୍ରବେଶ କରି ନୀତିକାନ୍ତ ଓ ଝାଡଦୀପ ପ୍ରଜ୍ଜଳନ କରିବେ ବୋଲି ନିଷ୍ପତି ହୋଇଛି ।

ସାଧାରଣ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ମହିମା ଗାଦୀ ଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ଗାଦୀ ମନ୍ଦିରକୁ ପ୍ରବେଶ ପଥରେ ଏକ ବଡ଼ ସାନିଟାଇଜର ଲଗାଯିବ । ସାନିଟାଇଜ୍ ପରେ ମନ୍ଦିର ଭିତରକୁ ପ୍ରବେଶ ବ୍ୟବସ୍ଥା କରାଯାଇଛି ।

ପୂର୍ତ ବିଭାଗ ପକ୍ଷରୁ ଗାଦୀ ମନ୍ଦିର ଏବଂ ଧୂନି ମନ୍ଦିରରେ ବାରିକେଡ୍ ନିର୍ମାଣ କରାଯିବା ସହିତ ଚତୁଃପାଶ୍ୱର୍ ଅଂଚଳରୁ ପରିସ୍କାର କରିବା ଦାୟିତ୍ୱ ଅର୍ପଣ କରାଯାଇଛି । ବିଭିନ୍ନ ମଠ ଏବଂ ମନ୍ଦିରରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ମନ୍ଦିର ପ୍ରବେଶ ପଥ ଓ ଯାତ୍ରା ପଡିଆ ଗୁଡିକରେ ଜଳ ସିଂଚନ କରିବା ସହ ସାଧୁସନ୍ଥମାନେ ବ୍ୟବହାର କରୁଥିବା କୂଆ ଗୁଡିକୁ ବିଶୋଧନ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି ।

ଏହି ବୈଠକରେ ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧର, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ସଦର ଉପଖଣ୍ଡ ପୋଲିସ୍ ଅଧିକାରୀ ବିକାଶ ବେଉରିଆ, ଗଁଦିଆ ଥାନା ଅଧିକାରୀ ବିଷ୍ଣୁଚରଣ ବାରିକଙ୍କ ସମେତ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ପ୍ରସନ୍ନ ବାବା, ପ୍ରଭାସ ବାବା, ଦୀନବନ୍ଧୁ ବାବା, ନିତ୍ୟାନନ୍ଦ ବାବାଙ୍କ ସମେତ କୌପୀନଧାରୀ ମହିମା ସମାଜର ରଘୁନାଥ ବାବା, ସୁଶାନ୍ତ ବାବା, କରୁଣାକର ବାବା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ ଏବଂ ଯୋରନ୍ଦା ସରପଂଚ ପ୍ରଶାନ୍ତ ରାଉତ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.