Take a fresh look at your lifestyle.

ଆଇଆଇଏମ୍‍ସି ପକ୍ଷରୁ ଫଟୋଗ୍ରାଫିଆ ଆରମ୍ଭ

0 216

Get real time updates directly on you device, subscribe now.

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚମ ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିଆ । ଏହି ପାଞ୍ଚଦିନିଆ କର୍ମଶାଳାରେ ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ତଥା ହରିଦେବ ଯୋଶୀ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଶ୍ୱବିଦ୍ୟାଳୟର ଆଡଜଙ୍କଡ ପ୍ରଫେସର ହିମାଂଶୁ ବ୍ୟାସ, ବରିଷ୍ଠ ସାମ୍ବାଦିକା ତବିନା ଅଞ୍ଜୁମ କ୍ୟୁରେଶୀ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାପତ୍ୟ ବିଭାଗର ସହକାରୀ ପ୍ରଫେସର ଅମିତ ଚାଟାର୍ଜୀ ଅଂଶଗ୍ରହଣକାରୀଙ୍କୁ ଭିଜୁଆଲ ଷ୍ଟୋରୀ ଟେଲିଙ୍ଗ, ଫଟୋ ସାମ୍ୱାଦିକତା ଓ ଫଟୋଗ୍ରାଫିର ବିଭିନ୍ନ ବିଭବ ଉପରେ ଆଲୋଚନା କରିଛନ୍ତି ।
ଏହି କର୍ମଶାଳାରେ ଆଇଆଇଏମ୍‍ସିର ୩ଟି କ୍ୟାମ୍ପସ ଓ ଅନ୍ୟ ଶିକ୍ଷାନୁଷ୍ଠାନର ୯୦ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ, ଆଇଆଇଏମସି ଆଇଜଲ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ରୁଆତଲିଆନା ସାଇଲୋ ଯୋଗ ଦେଇ ଆଲୋଚନା କରିଛନ୍ତି ।
ଏହି ଅବସରରେ ଡ. ଚାଟାର୍ଜୀ କହିଛନ୍ତି, “ ଯୋଗାଯୋଗର ସବୁଠୁ ଶକ୍ତିଶାଳୀ ରୂପ ହେଉଛି ଦୃଶ୍ୟ-ଶ୍ରାବ୍ୟ ଯୋଗାଯୋଗ । ଏ ପ୍ରକାର ଯୋଗାଯୋଗରେ ଭାଷା ପ୍ରତିବନ୍ଧକ ହୋଇନଥାଏ । ଯଦି ଦୃଶ୍ୟ-ଶ୍ରାବ୍ୟ ଯୋଗାଯୋଗ ଉତ୍ତମ ଭାବେ ଉପସ୍ଥାପିତ ହୋଇଥାଏ, ଏହାକୁ ସମସ୍ତେ ସହଜରେ ବୁଝିପାରନ୍ତି । ଏମିତିକି ମୌଖିକ ଓ ଲିଖିତ ଯୋଗାଯୋଗ ଶୈଳୀଠାରୁ ଏହା ବେଶ ପ୍ରଭାବଶାଳୀ ହୋଇଥାଏ । ତେବେ ଛବି ମାଧ୍ୟମରେ ସଠିକ ଯୋଗାଯୋଗ କରିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆହ୍ୱାନ । ଏଣୁ ଶିକ୍ଷାର୍ଥୀମାନେ ଛବି ମାଧ୍ୟମରେ କାହାଣୀ କହିବାର କଳା ଓ କୌଶଳ ଶିଖିବାର ଆବଶ୍ୟକତା ରହିଛି । ଏଥିପାଇଁ ଏହି କର୍ମଶାଳା ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସେହିପରି ପ୍ରଫେସର ସାଇଲୋ କହିଛନ୍ତି, ଫଟୋ ସାମ୍ବାଦିକତାରେ କ୍ୟାରିୟର କରିବା ପାଇଁ ଏହି କର୍ମଶାଳା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ଶିକ୍ଷାର୍ଥୀମାନେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଫଟୋ ସାମ୍ୱାଦିକତାର କୌଶଳ ଓ ସୂକ୍ଷ୍ମ ବିଭବ ଜାଣିବାରେ ସକ୍ଷମ ହେବେ । ତବିନା ଅଞ୍ଜୁମ କ୍ୟୁରେଶୀ କହିଛନ୍ତି, ଯାହା ପାଖରେ କ୍ୟାମେରା ଅଛି, ସେ ଜଣେ ଫଟୋଗ୍ରାଫର ହେଇପାରେ । ହେଲେ ସେ ଉଠାଉଥିବା ସବୁ ଫଟୋକୁ ଯେ ଭଲ ଫଟୋ କହିହେବ ତାହା ନୁହେଁ । ବରଂ ଫଟୋଗ୍ରାଫିର କଳା ଓ ବିଜ୍ଞାନ ଜାଣିବା ସବୁଠୁ ବଡ କଥା । ଏହା ଜଣେ ବ୍ୟକ୍ତିଙ୍କୁ ଫଟୋ ସାମ୍ୱାଦିକତା କ୍ଷେତ୍ରରେ ଆଗକୁ ଯିବା ପାଇଁ ଶକ୍ତି ଯୋଗେଇବ ।
ଅନଲାଇନ ମାଧ୍ୟମରେ ହେଉଥିବା ଏହି କର୍ମଶାଳାରେ ଫଟୋ ସାମ୍ବାଦିକତାର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଧ୍ୟାନ ଦିଆଯିବା ସହ ଉଭୟ ତାତ୍ୱିକ ଓ ବ୍ୟାବହାରିକ ଦିଗ ଉପରେ ଅଲୋଚନା କରାଯାଉଛି । ଏଥିସହିତ କ୍ୟାମେରା କୌଶଳ, ଷ୍ଟୋରୀ ଟେଲିଂ ଆଦି ଉପରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଉଛି । କର୍ମଶାଳାର ଅନ୍ତିମ ଦିବସ ଅର୍ଥାତ ଫେବ୍ରୁଆରୀ ୯ ତାରିଖରେ ଏକ ଅନଲାଇନ ଫଟୋ ପ୍ରଦର୍ଶନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.