Take a fresh look at your lifestyle.

ଭଙ୍ଗା କୁଡିଆ ତଳେ ବୃଦ୍ଧା ମା ଓ ଝିଅ

0 119

Get real time updates directly on you device, subscribe now.

ଢେଙ୍କାନାଳ: ଗୋଟିଏ କି ଦୁଇଟି ନୁହେଁ ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ସ୍ବର୍ଗତ ଭୁବୁନୀ ଖମାରୀଙ୍କ ଅବିବାହିତା ଝିଅ ଅଞ୍ଜନା ଖମାରୀ(୪୧ ) । ସରକାର ଙ୍କ ଆବାସ ଯୋଜନା ଅଞ୍ଜନା ଙ୍କ ପାଇଁ ମୂଲ୍ୟହୀନ ହୋଇ ପଡିଛି ।

ମାଆକୁ ମିଳୁଥିବା ୫୦୦ ଟଙ୍କା ଭତ୍ତା ଓ ଚାଉଳ ୧୦ କିଲୋରେ ଚଳନ୍ତି ଉଭୟ। ମୂଲ କରି ଆଣିଲେ ଚୁହ୍ଲୀ ଜଳେ ନହେଲେ ମାଆ ଝିଅ ଉପାସ। ବାପା ମରିବାର ଅନେକ ବର୍ଷ ପୂର୍ବରୁ ଘର ମରାମତି ହୋଇଥିଲା।

ଘରର ଅବସ୍ଥା ଦେଖିଲେ ଲାଗୁଛି ମାଆ ଝିଅ ଶୋଇଥିବା ସମୟରେ କେଉଁଦିନ ଅକାଳ ରେ ଜୀବନ ଦୀପ ଲିଭିଯିବ। ଗାଁ ର ଅନେକ ସ୍ୱଚ୍ଛଳ ପରିବାର ଆବାସ ଯୋଜନାରେ ଘର ପାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଅଞ୍ଜନାଙ୍କୁ ଘର ମିଳି ନାହିଁ। ଅବିବାହିତା ଝିଅଙ୍କୁ ସରକାର ୩୫ ବର୍ଷ ପରେ ସହାୟତା ରୂପେ ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ଅଞ୍ଜନାକୁ ଆଜି ପର୍ଯ୍ୟନ୍ତ ମିଳି ନାହିଁ।

ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ନେତା ଆସୁଛନ୍ତି ହେଲେ ପ୍ରତିଶ୍ରୁତି ଛଡ଼ା କିଛି ମିଳି ନାହିଁ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.