Take a fresh look at your lifestyle.

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ନନ୍ଦିନୀ ଦେବୀଙ୍କୁ ଭାବଭିନ୍ନ ଶ୍ରଦ୍ଧାଞ୍ଜଳି

0 7

ଢେଙ୍କାନାଳ ସଦର : ଢେଙ୍କାନାଳ ସହରସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ନନ୍ଦିନୀ ଦେବୀଙ୍କ ପୂର୍ଣ୍ଣାବୟବ ପ୍ରତିକୃତିରେ ଆଜି ଶୁକ୍ରବାର ମଧ୍ୟାହ୍ନରେ ବିଶିଷ୍ଟ ଅତିଥି ବୃନ୍ଦ ମାଲ୍ୟାର୍ପଣ କରିବା ପରେ ସ୍ୱର୍ଗତା ଶତପଥୀଙ୍କୁ ଭାବଭିନ୍ନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅକ୍ଷମ କଲ୍ୟାଣ ସମିତି ପକ୍ଷରୁ ବିଦ୍ୟାଳୟ ସଭାଗୃହରେ ଆୟୋଜିତ ସ୍ୱର୍ଗତା ନନ୍ଦିନୀ ଦେବୀଙ୍କ ସପ୍ତଦଶ ଶ୍ରାଦେ୍ଧାତ୍ସବରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନନ୍ଦିନୀ ଦେବୀଙ୍କ ସାମାଜିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ।

ଓଡିଶାର ଏହି ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ପ୍ରତି ତାଙ୍କର ପ୍ରତିବଦ୍ଧତା ସଦା ସର୍ବଦା ବଜାୟ ରହିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଦେଶର ଜନସଂଖ୍ୟାରେ ୧୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାବେଳେ ନନ୍ଦିନୀ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଘଟାଇବା ଅନୁଷ୍ଠାନର ମୁଖ୍ୟ ପ୍ରସଙ୍ଗ ହେଉ ବୋଲି ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ସଦର ବିଡିଓ ସୁଧିର କୁମାର ନାୟକ ପ୍ରଶାସନିକ ସେବାରେ ସଫଳତା ପାଇଥିବା ଦୃଷ୍ଟିହୀନଙ୍କ ବିଷୟରେ ଆଲୋକପାତ କରିଥିଲେ ।

ସଂପ୍ରତି ସରକାରଙ୍କ ପକ୍ଷରୁ ୫-ଟି ଯୋଜନା ମାଧ୍ୟମରେ ଏହିଭଳି ସ୍ୱତନ୍ତ୍ର ବିଦ୍ୟାଳୟର ବିକାଶ କରାଯିବ ବୋଲି କହିଥିଲେ । ଅକ୍ଷମ କଲ୍ୟାଣ ସମିତିର ସଭାପତି ତଥା ସ୍କୁଲ୍ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ରଥ ସଭାରେ ସଭାପତିତ୍ୱ କରି କଂଟାନାଳୀ ବାଇପାସ୍ ଛକରୁ ବିଦ୍ୟାଳୟ ଯାଏଁ ବିକଳ୍ପ ରାସ୍ତାର ବିକାଶ ଏବଂ ବିଦ୍ୟାଳୟ ପୁଷ୍କରିଣୀର “ମୁକ୍ତା’ ଯୋଜନାରେ ବିକାଶ ଘଟାଇବାକୁ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନନ୍ଦିନୀ ଦେବୀ ଢେଙ୍କାନାଳ ଶିଳ୍ପାୟନର ପ୍ରଥମ ଓ ପ୍ରମୁଖ ବିନ୍ଧାଣୀ ଥିଲେ ବୋଲି ଶ୍ରୀ ରଥ ସ୍ମରଣ କରାଇ ଦେଇଥିଲେ ।

ସମ୍ମାନିତ ବକ୍ତା ଭାବେ ସମିତିର କୋଷାଧ୍ୟକ୍ଷ ଆଇନ୍ଜୀବୀ ମଳୟ ପାଣିଗ୍ରାହୀ ସଭ୍ୟ ଆଇନ୍ଜୀବୀ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ସଭ୍ୟ ଗୋଲାପମଣି ସାହୁ ଓ ସାମାଜିକ କର୍ମୀ କ୍ଷେତ୍ରବାସୀ ସାହୁ ପ୍ରମୁଖ ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମିତିର ସଂପାଦକ ବିଶ୍ୱନାଥ ବେହେରା ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୃଷ୍ଟିହୀନ ଛାତ୍ରଛାତ୍ରୀ ଗୁରୁ ରତ୍ନାକର ପ୍ରଧାନଙ୍କ ନିଦେ୍ର୍ଦଶନାରେ ସୁମଧୁର ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ଦିବାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ସେଚନ ବିଭାଗର ପ୍ରତିନିଧି ଯୋଗଦାନ କରିଥିଲେ l

- Advertisement -

Leave A Reply

Your email address will not be published.