Take a fresh look at your lifestyle.

ଢେଙ୍କାନାଳ ଏଲ୍ଆଇସିରେ ୬୬ତମ ବୀମା ସପ୍ତାହ ପାଳିତ

0 84

Get real time updates directly on you device, subscribe now.

ଢେଙ୍କାନାଳ:ଭାରତୀୟ ଜୀବନବୀମା ନିଗମ ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ୬୬ତମ ବୀମା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଶାଖା ମୁଖ୍ୟ ପ୍ରବନ୍ଧକ ପି. ସୁଜିତ୍ କୁମାର ପ୍ରଦୀପ ପ୍ରଜ୍ୱଳନ କରି ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବୀମା ସପ୍ତାହକୁ ଉଦ୍ଘାଟନ କରିଥିଲେ ।

ସେ ଉପସ୍ଥିତ ଥିବା ଗ୍ରାହକ, ଏଜେଣ୍ଟ୍ ଓ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ ଦେଶର ଅଭିବୃଦ୍ଧିରେ ଜୀବନବୀମା ନିଗମର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

ବରିଷ୍ଠ ପ୍ରଶାସନିକ ପ୍ରବନ୍ଧକ ଚକ୍ରଧର ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ଓ ନିଗମକୁ ଉଚ୍ଚସ୍ଥାନରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ ।

ଶାଖା ପରିଚାଳକ ବିଶ୍ୱଜିତ୍ ଦାସ ଓ ସହ ଶାଖା ପରିଚାଳକ ସଞ୍ଜିବ ସ୍ୱାଇଁ ନିଗମର କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ଭୁବନେଶ୍ୱରର ଆପୋଲ ହସ୍ପିଟାଲ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା ।

ଏଥିରେ ହସ୍ପିଟାଲର ବରିଷ୍ଠ ମେଡିସିନ୍ ବିଶେଷଜ୍ଞ ପ୍ରେମାନନ୍ଦ ପଟ୍ଟନାୟକ, ହୃଦରୋଗ ବିଶେଷଜ୍ଞ ସୋମେନ ପ୍ରସାଦ ବେହେରା, ମ୍ୟାନେଜର ବସନ୍ତ କୁମାର ରଥ ଓ କର୍ମଚାରୀମାନେ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ଏହି ଅବସରରେ ଶାଖାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଚକ୍ରଧର ମିଶ୍ର, ଉନ୍ନୟନ ଅଧିକାରୀ ସୌରଜିତ୍ ଦେ ଓ ଶୁଭ୍ରାଂଶୁ ଶେଖର ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା ।

ଶାଖାର ସଂଘ ସଭାପତି ପ୍ରମୋଦ କୁମାର ସାହୁ, ହାଡିବନ୍ଧୁ ମେହେର, ଦୁର୍ଗାମାଧବ ମହାପାତ୍ର, ଗଜେନ୍ଦ୍ର ନାଥ କର, ଅମୀୟ ପଟ୍ଟନାୟକ, ଜୟକୃଷ୍ଣ ମହାନ୍ତି, ପ୍ରମୋଦ ସାହୁ, ମିହିର ଶତପଥୀ, ସୁଧୀର ସାହୁ, ହରେକୃଷ୍ଣ ସାହୁ, ପ୍ରଶାନ୍ତ ଭୂୟା, ବିଶ୍ୱନାଥ ରାଉତ, ବାବାଜୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.