Take a fresh look at your lifestyle.

ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ, ଏକର ଏକର ଧାନ କ୍ଷେତ ଜଳ ମଗ୍ନ, ଚିନ୍ତାରେ ଚାଷୀ

0 1

Get real time updates directly on you device, subscribe now.

କାମାକ୍ଷାନରର (ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ ସୃଷ୍ଟି ହୋଇଛି |ଫଳରେ ଏକର ଏକର ଧାନ କ୍ଷେତ ଜଳ ମଗ୍ନ ହୋଇଛି |

ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଭୋଳ ସୃଷ୍ଟି ହୋଇଥିବା ବେଳେ, ବିଭାଗୀୟ ଅଧିକାରୀ ଆସି ଅଳ୍ପ କିଛି ମାଟି ଦେଇ ଭୋଳ ବନ୍ଦ କରିଥିଲେ |ଯାହା ଫଳରେ ଆଜି ତାହା ଏକ ବଡ଼ ଘାଇ ସୃଷ୍ଟି ହୋଇଛି |

ତେବେ ଘାଇ ସୃଷ୍ଟି ହେବା ପରେ ବିଭାଗୀୟ ଅଧିକାରୀ ଉପର ମୁଣ୍ଡରେ ଥିବା ଗେଟ କୁ ବନ୍ଦ କରି ଦେଇଛନ୍ତି |ଫଳରେ କେନାଲରେ ପାଣି ନିଷ୍କାସନ ସମ୍ପୂର୍ଣ ବନ୍ଦ ହେବା ସହ ସୃଷ୍ଟି ହୋଇଥିବା ଘାଇ ବନ୍ଧାଇବା ପାଇଁ ବିଭାଗୀୟ ଅଧିକାରୀ ବ୍ୟବସ୍ଥା ଜାରି ରଖିଛନ୍ତି |

ସେପଟେ ଜଳମଗ୍ନ ଧାନ କ୍ଷେତ ରୁ କିପରି ଜଳ ନିଷ୍କାସନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀ ତାଙ୍କର କ୍ଷତିପୂରଣ ପାଇବେ ସେ ନେଇ ସେମାନେ ଦାବି କରିଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.