Take a fresh look at your lifestyle.

ଭୁବନ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ

0 26

Get real time updates directly on you device, subscribe now.

ଭୁବନ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭି୍ୟାନ ଆନୁକୂଲ୍ୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଆଜିର ଯୁବପିଢୀ କେବଳ ଚାକିରି ପଛରେ ନଗୋଡାଇ ନିଜେ ସ୍ୱାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ନିଜର ଉଦ୍ୟୋଗରସଫଳ କାହାଣୀ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ସ୍ୱାବଲମ୍ବନ ଭାରତ ଅଭିଯାନ ଢେଙ୍କାନାଳ ବିଭାଗ ପ୍ରମୁଖ ଚିନ୍ମୟ ପ୍ରସାଦ ରଥ ଭାରତୀୟ ଉଦ୍ୟୋଗ ସମ୍ବନ୍ଧରେ ଆଲୋକପାତ କରି ଉଦ୍ୟୋଗ ଦ୍ୱାରା ବେକାରୀ ସମସ୍ୟା ସମାଧାନ ହେବା ସହ ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି କହିଥିଲେ ।

ଆଇ କ୍ୟୁ ଏ ସି ସଂଯୋଜିକା ଡକ୍ଟର ନମିତା ଦାଶ ନୂତନ ଚିନ୍ତନ ହିଁ ଉଦ୍ୟୋଗ ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରୀଜଗନ୍ନାଥ ଫର୍ଣ୍ଣିଚର ସତ୍ୱାଧିକାରୀ ରବି ନାରାୟଣ ସାହୁ ଯୋଗଦେଇ ନିଜ ଉଦ୍ୟୋଗ ସଂପର୍କରେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନିରଂଜନ ନାୟକ ଓ ସ୍ୱାବଲମ୍ବନ ଭାରତ ଅଭିଯାନ ସଦସ୍ୟ ନିରଂଜନ ଗୁରୁ ପରିଚାଳନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ୪ ଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.