Take a fresh look at your lifestyle.

ଭୁବନର ପ୍ରସିଦ୍ଧ ଗଣେଶପୂଜା ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅଗଷ୍ଟ ୩୧ ରେ ପୂଜା ଆରମ୍ଭ

ସେପ୍ଟେମ୍ବର ୭ ରେ ମିଳିତ ଭସାଣି, ଡିଜେ ସଂପୂର୍ଣ୍ଣ ବନ୍ଦ

0 26

Get real time updates directly on you device, subscribe now.

ଭୁବନ: ଭୁବନରେ ଦ୍ୱିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶପୂଜା ଉପଲକ୍ଷେ ଏନଏସି ପ୍ରଶାସନ ତରଫରୁ ଶାନ୍ତିକମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତଅନୁଷ୍ଠିତ ପୂଜାକୁ ଶୃଙ୍ଖଳାର ସହ ସମାପନ କରିବାକୁ କହିଥିଲେ ।

ଭସାଣି ଯାତ୍ରାରେ ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ବାରଣ କରିଥିଲେ । ଅଗଷ୍ଟ ୩୧ ତାରିଖରୁ ପ୍ରସିଦ୍ଧ ଗଣେଶପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା ମଣ୍ଡପରେ ଗଜାନନ ଙ୍କ ପୂଜା ହେବ , ୫ ତାରିଖରେ ଯାତ୍ରା ପଡିଆରେମେଲଣ ଏବଂ ୬ ତାରିଖ ଦିନଆଜ୍ଞାଲଡୁ ନିଲାମ,ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯିବ । ୭ ତାରିଖ ଦିନ ବିନା ଡିଜେ ସାଉଣ୍ଡରେ କେବଳ ପାରମ୍ପରିକ ବାଦ୍ୟ,କୀର୍ତନ ରେ ଭସାଣି ଉସôବ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ଦିଆଯାଇଥିଲା ।

ଏଥି ସହିତ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଯାତ୍ରା ପଡିଆରେ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ଗଣେଶ ପୂଜା ପୂର୍ବରୁ ନୂଆଭୁବନ ଛକଠାରୁ କଲେଜ ରୋଡ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା,ପୂଜାସ୍ଥାନ ଓ ଭସାଣି ଶୋଭାଯାତ୍ରା ରାସ୍ତା ,ଡ୍ରେନ ସଫାକରିବା ଓ ଆବଶ୍ୟକସ୍ଥଳେ ମରାମତି କରାଯିବା,ପୂଜା ସମୟରେ ବିଦ୍ୟୁତକାଟ ଆଦୌ ନହେବା , ଭସାଣି ସମୟରେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାରର ମରାମତି କରିବା ଏବଂ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ସଂଧ୍ୟା ୬ ରୁ ରାତି ୧୦ ଟା ଯାଏ ପୂଜାସ୍ଥଳକୁ ମୋଟର ସାଇକେଲ ସଂପୂର୍ଣ୍ଣ ବନ୍ଦ କରାଯିବା ଓ ଯାତ୍ରା ପଡିଆରେ ପାର୍କିଂ କରିବା ନିମନ୍ତେ ମିଳିତ ପୂଜା କମିଟି ସଭାପତି ଦୀପକ କୁମାର ବେହେରା , ଉପ ସଭାପତି ବିନୋଦ କୁମାର ମହାରଣା , ସଂପାଦକ ଜିତେନ୍ଦ୍ର ଦାସ ପ୍ରମୁଖ ପ୍ରସ୍ତାବ ଦେଇଥିଲେ ।

ଉପରୋକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ନିଦେ୍ର୍ଦଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଭାରପ୍ରାପ୍ତ ତହସିଲଦାର ରାଜୀବ ଲୋଚନ ବେହେରା , ୨୬ ଟି ପୂଜା କମିଟି ସଦସ୍ୟ , ବଣିକ ସଂଘ କର୍ମକର୍ତା , ଆରକ୍ଷୀ ଓ ଅଗ୍ନିଶମ ବାହିନୀ , ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.