Take a fresh look at your lifestyle.

ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ବକେୟା ପ୍ରାପ୍ୟ ପାଇଁ ଗେଟରେ ତାଲା ପକାଇଲେହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ

0 88

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଥିବା ଗେଲ୍ ଇଣ୍ଡିଆ ଲିମିଟେଡର ସବଷ୍ଟେସନ ସମ୍ମୁଖରେ ୬୦ ଟି ଠିକା ସଂସ୍ଥାର ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ବକେୟା ପ୍ରାପ୍ୟ ପାଇଁଏକତ୍ରିତ ହୋଇ ଗେଟରେ ତାଲା ପକାଇ ଆନେ୍ଦାଳନ କରିଛନ୍ତି । ଗେଲ୍ ଇଣ୍ଡିଆକମ୍ପାନୀ ଶ୍ରମିକ ଓ କର୍ମଚାରୀ ମାନଙ୍କର କୋଟି କୋଟି ଟଙ୍କା ହଡପ କରିଛି ବୋଲି ଅଭିଯୋଗ ହୋଇଛି ।

ପାରାଦୀପ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟଗେଲ୍ ଇଣ୍ଡିଆ କମ୍ପାନୀ କରୁଛି । ଯାଜପୁର ଠାରୁ ତୁମୁସିଂହା ପର୍ଯ୍ୟନ୍ତ କାର୍ଯ୍ୟ ପୁଞ୍ଜ ଲଏଡ ଲିମିଟେଡ (ପିପିଏଲ) ଗେଲ୍ ଇଣ୍ଡିଆ ଠାରୁ ୧୦୪ କୋଟି ଟଙ୍କାରେ ଠିକା ନେଇଥିଲା ।

୨୦୧୭-୧୮ ମସିହାରୁ ପିପିଏଲ କମ୍ପାନୀ ୨୦୫ ଟି ଛୋଟ ଠିକା ସଂସ୍ଥା କୁ କାର୍ଯ୍ୟରେ ନିୟୋଜିତ କରିଥିଲା । ଏହ ି ଠିକା ସଂସ୍ଥା ଅଧିନରେ ଓଡିଶା ଓ ବାହାର ରାଜ୍ୟ ରୁ ହଜାର ହଜାର ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ ।

ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ ଗତ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ପରେ ଗେଲ୍ ଇଣ୍ଡିଆ କମ୍ପାନୀ ଆଶ୍ଚର୍ଯ୍ୟ ଜନକ ଭାବେ ପିପିଏଲ କମ୍ପାନୀ କୁ କାର୍ଯ୍ୟର ୁ ବାଦ୍ ଦେଇଥିଲା ।

ଫଳରେ ୨୦୫ ଟି ଛୋଟ ଠିକାସଂସ୍ଥାର କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ହଜାର ହଜାର ଶ୍ରମିକ ଙ୍କର କୋଟି କୋଟି ଟଙ୍କା ଫସି ରହିଥିଲା । ଏହାକୁ ନେଇ ଶ୍ରମିକ ମାନେ ଗତ ମଇ ମାସରେ ଯାଜପୁର ଠାରେ ଗେଲ୍ ଇଣ୍ଡିଆକୁ ବିରୋଧ କରି କାର୍ଯ୍ୟ ବନ୍ଦ କରି ଦେଇଥିଲେ ।

ଫଳରେ ସମସ୍ତ ଠିକା ସଂସ୍ଥାକୁ ତାଙ୍କର ପ୍ରାପ୍ୟ ପ୍ରଦାନ ପାଇଁ କମ୍ପାନୀ ତରଫରୁ ଲିଖିତ ପ୍ରତିଶୃତି ଦିଆଯଇଥିଲା । ପ୍ରତିଶୃତି ଅନୁଯାୟୀ ଲିମ୍ରା ଏଣ୍ଟର ପ୍ରାଇଜେସ , କୁମାର ସିଂ ଏଣ୍ଡ ଆସୋସିଏଟ , ସୋରଦିଆନ ଏଣ୍ଟର ପ୍ରାଇଜେସ , ଅଜିତ କୁମାର ମିଶ୍ର , ମନୋଜ କୁମାର ପଣ୍ଡା , ବିଦ୍ୟାଧର ସାହୁ ପ୍ରମୁଖ ୬୦ ଟି ସଂସ୍ଥା ର କୋଟି କୋଟି ଟଙ୍କା ବକେୟା ରହିଛି ।

ଗେଲ୍ ଇଣ୍ଡିଆ ଏହି ଠିକା ସଂସ୍ଥାକୁ ପ୍ରାପ୍ୟ ପ୍ରଦାନ ନକରି ଠକିବା ସହ ଅଭିଯୋଗକୁ ଭୃକ୍ଷେପ କରିନଥିଲା । ଏଥିଯୋଗୁଁ ଠିକା ସଂସ୍ଥାର ମାଲିକ ,ଶ୍ରମିକ ,କର୍ମଚାରୀ ମାନେ ଜିରାଳ ସ୍ଥିତ କମ୍ପାନୀ ଫଟକରେ ତାଲା ପକାଇ ଆନେ୍ଦାଳନ ଚଳାଇଛନ୍ତି । ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖା ଦେଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.