Take a fresh look at your lifestyle.

ଯମ ଯନ୍ତ୍ରଣା ଦେଉଛି କାଦୁଅ ରାସ୍ତା, ପ୍ରଶାସନ ର ପଡୁନି ନଜର

0 2

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ଖ) ଗ୍ରାମ ପଞ୍ଚ।ୟତର ମଠ ଖୋକଶା ଗ୍ରାମକୁ ଡମଶାଳ କେନାଲ ଠାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି I

ଖୋକଶା ଗ୍ରାମରେ ପାଖା ପାଖି ସହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ମେଡିକାଲ୍, କଲେଜ, ସ୍କୁଲ ଓ ପଞ୍ଚାୟତ ଅଫିସ୍ ଯାତାୟତ କରିବା ପାଇଁ ଉକ୍ତ ଗ୍ରାମରୁ ଓଡିଶ ଗ୍ରାମ ଦେଇ ପାଖା ପାଖି ପାଞ୍ଚ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି I

ଏହି ରାସ୍ତା କେନାଲ ରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଏହାର ଦୂରତା ଏକ କିଲୋମିଟର ହେଉଥିବାରୁ ଦୈନିକ ଲୋକମାନେ ଯାତାୟତ କରୁଛନ୍ତି I

ଅନ୍ୟ ଦିନମାନଙ୍କରେ ଯତର କତର ଚାଲିଯାଉଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ରାସ୍ତାର ପାର୍ଶ୍ଵରେ ପେଟି କେନାଲ ଯାଇଥିବାରୁ କିଛିଦିନ ତଳେ କେନାଲ କାମ କରିବା ପାଇଁ ନେଇଥିବା ଠିକା ସଂସ୍ଥା ର ଗାଡି ଯିବା ଆସିବା କରି ରାସ୍ତାରେ ଆଣ୍ଠୁଏ ଆଣ୍ଠିଏ ଗର୍ତ୍ତ ସ୍ରୁଷ୍ଟି ହୋଇଛି I

ଏନେଇ ଗ୍ରାମବାସୀ ମରାମତି ପାଇଁ ଜଣାଇଥିଲେ ମଧ୍ଯ ଠିକା ସଂସ୍ଥା ପକ୍ଷରୁ କୌଣସି ମରାମତି କରିନଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି I

ଉକ୍ତ ରାସ୍ତାଟି ସରକାରୀ ରାସ୍ତା ରହିଥିବା ରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇ ନଥିବାରୁ ମାଟି ରାସ୍ତା ରହିଛି I ପଞ୍ଚାୟତ ପ୍ରଶାସନ ରାସ୍ତାକୁ ମରାମତି କରିବା ସହ ସଡକ ଯୋଜନା ରେ ସାମିଲ୍ କରି ପକ୍କା ରାସ୍ତା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.