Take a fresh look at your lifestyle.

+୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ସଫଳତା

0 31

କାମାକ୍ଷାନଗର(ରାଜ କିଶୋର ରାଉତ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ+୨କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।

କଳା ବିଭାଗରେ ମୋଟ୨୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ୧୦୪ ଜଣ ପ୍ରଥମ ଶ୍ରେଣୀ ,୫୬ ଜଣ ଦ୍ଵିତୀୟ ଶ୍ରେଣୀ ଓ ୩୮ ଜଣ ତୃତୀୟ ଶ୍ରେଣୀ ରେ କୃତକାର୍ଯ୍ୟ ହୋଇ ଥିବା ବେଳେ ଧନ୍ଦାମୂଳକ ଶିକ୍ଷା ରେ ମୋଟ୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୦୬ ଜଣ ପ୍ରଥମ ଶ୍ରେଣୀ ରେ ଓ ୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହାର ସମସ୍ତ ଶ୍ରେୟ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ଦେବାସହ ଅଧ୍ୟକ୍ଷ ଶ୍ରୀ ଚିତ୍ତ ରଞ୍ଜନ ଦାଶ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯୁକ୍ତ ଦୁଇ କଳାରେ ଶ୍ରୀ ଚିନ୍ମୟ ମଲ୍ଲିକ ସର୍ବାଧିକ୫୧୯ ନମ୍ବର ରଖିଥିବା ବେଳେ ଧନ୍ଦାମୂଳକ ଶିକ୍ଷା ରେ ଇନ୍ଦିରା ନାୟକ ସର୍ବାଧିକ୩୯୦ ନମ୍ବର ରଖିଛନ୍ତି।

ଏହି ସଫଳତା ପଛରେ ନିରନ୍ତର ଉଦ୍ୟମ ଓ ଉତ୍ତରଦାୟୀ ମନୋଭାବ ହିଁ ପ୍ରକଟିତ ହୋଇଛି ବୋଲି ଅଧ୍ୟାପିକା ସ୍ୱପ୍ନିତା ରାଉତ, ଅର୍ଚ୍ଚିତା ମହାମାନସିଂହ, ପ୍ରଦିପ୍ତା ମହାପାତ୍ର, ଦିପ୍ତିମୟୀ ସାହୁ, ସୁଭସ୍ମିତା ବିଶ୍ଵାଳ ଓ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ଲେଙ୍କା, ଫକୀର ମୋହନ ଲେଙ୍କା, ପ୍ରେମାନନ୍ଦ ସ୍ବାଇଁ, ପ୍ରଦୀପ ନାୟକ, ରଞ୍ଜିତ ସ୍ବାଇଁ ପ୍ରମୁଖ ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.