Take a fresh look at your lifestyle.

ବାଣିଜ୍ୟ ସେବା ସମିତିର ବାର୍ଷିକ ସାଧାରଣ ସଭା

0 10

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତି ଲିଃ ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ସମିତିର ସଭାପତି ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୪୭ ପ୍ରଥମିକ ସେବା ସମବାୟ ସମିତିର ସଭାପତି, ୧୫ଜଣ ଆଂଚଳିକ ବାଣିଜ୍ୟ ସେବା ସମିତିର ନିଦେ୍ର୍ଦଶକ ଯୋଗଦେଇଥିଲେ ।

ସମିତିର ବିଭିନ୍ନ ଉନ୍ନତି ପାଇଁ ସଦସ୍ୟମାନେ ବହୁ ପ୍ରସ୍ତାବ ଆଗତ କରିଥିଲେ । ଅଂଶୀଦାର ଥିବା ସଦସ୍ୟମାନେ ସମିତିର ସ୍ଥାୟୀ ସମ୍ପତିର ରକ୍ଷଣବେକ୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ । ସମିତିର ସଂପାଦକ ରୁପେଶ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପସଭାପତି ପ୍ରତିମା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.