Take a fresh look at your lifestyle.

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା  ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ

ଢେଙ୍କାନାଳ ସଦର ବ୍ଲକ ବଣସିଂହ ଏବଂ ପରଜଙ୍ଗ ବ୍ଲକ ବସୋଇରେ ଅନୁଷ୍ଠିତ

0 24

Get real time updates directly on you device, subscribe now.

ଢେଙ୍କାନାଳ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ଆରମ୍ଭ ହୋଇଥିବା ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ୍ ପକ୍ଷରୁ ୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ମେଗା ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ ସୋମବାର ଢେଙ୍କାନାଳ ଜିଲ୍ଲାର ହୋଇଯାଇଛି ।

ସ୍ଥାନୀୟ ଅଂଚଳର ହଜାର ହଜାର ନାଗରିକମାନେ ବିଶେଷଜ୍ଞ ଡାକ୍ତର ମାନଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଇଛନ୍ତି । ଏହି ଶିବିରରେ ନିୟୋଜିତ ଡାକ୍ତରମାନେ ଯୋଗଦେଇ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କରିଥିଲେ ।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଲୋକକଲ୍ୟାଣ ଏବଂ ଜନସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସବୁବେଳେ ଲୋକଙ୍କ ସେବା କରିବା ପାଇଁ ତତ୍ପର ରହୁଥିବା ପ୍ରଧାନମନ୍ତ୍ରୀ ସେବାକୁ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେବା ସମର୍ପଣ ଅଭିଯାନରେ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଆୟୋଜନ କରାଯାଇ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଲାଭ ହେବାର ଲକ୍ଷ୍ୟ ରଖାଯାଇଛି ।

ଏହି ଶିବିରରେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି । ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୭୦୦ ସ୍ୱେଚ୍ଛାସେବୀ ଏହି ଶିବିରକୁ ସଫଳ କରିବା ପାଇଁ ଅଂଶଗ୍ରହଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.