Take a fresh look at your lifestyle.

ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ

0 1

Get real time updates directly on you device, subscribe now.

ଢେଙ୍କାନାଳ : ମୋ-ଦଳର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ନବୀନ ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ନବୀନ ଜଣେ ପ୍ରଚଣ୍ଡ ଜନ ବିରୋଧି ଓ ଓଡିଆ ବିରୋଧି ନେତା । ସେ ଏଭଳି ଜଣେ ବିସ୍ମୟ ନେତା ଯେ, ଆଦୌ ଲୋକ ସଂପର୍କ ରଖନ୍ତିନି କି ଜନସମସ୍ୟାରେ ଜଡିତ ହୁଅନ୍ତି ନାହିଁ ।

ଅଥଚ ତାଙ୍କର ଚଣ୍ଡିଚାମଣ୍ଡାମାନେ ତାଙ୍କର ଭାବମୂର୍ତୀ ବୃଦ୍ଦି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱଳ୍ପ ରୂପାନ୍ତରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅଥଚ ପ୍ରତିଦିନ ସ୍କୁଲ୍ ତାଲା ପଡୁଛି । ବନ୍ୟା ଓ ମରୁଡି ଏକା ସଙ୍ଗରେ ହେଉଛି । ନବୀନ ତାଙ୍କ ଶାସନରେ ଚଳସେଚନ କଥା ପୁରା ଭୁଲି ଯାଇଛନ୍ତି । ଚାଷୀ ମରୁଡିରେ ଆତ୍ମହତ୍ୟା କଲାବେଳେ ନବୀନ ସରକାର ହକି ଖେଳରେ ମଉଜ ରୁହନ୍ତି ।

ସରକାରୀ ହସ୍ପିଟାଲକୁ ମାସକୁ ୨୦୦ କୋଟି ଟଙ୍କା ଦିଆଯାଉଛି କୁହାଯାଉଥିବାବେଲେ ଡାକ୍ତରଖାନାରେ ଚରମ ଅବ୍ୟବସ୍ଥା । ରୋଗୀ ଡାକ୍ତରଖାନା ବାରଣ୍ଡାରେ ପଡି ଚିକିତ୍ସାର ସୁବିଧାରୁ ବଂଚିତ ହେଲାବେଳେ ସରକାର ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଗଇ ଦେଉଛନ୍ତି ବୋଲି ପ୍ରଚାର ହେଉଛି । ବିଜେଡି ଶାସନରେ ଯୁବକମାନେ ନିଯୁକ୍ତି କଥା ଭୁଲି ଗଲେଣି । ପ୍ରଭାରୀ ଅଶ୍ୱିନୀ ଜେନା ହାତୀ, ବାର୍ହା ଓ ମାଙ୍କଡ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ହାତୀ ଆମର ସାଥୀ ବୋଲି ସରକାର କାନ୍ଥରେ ଲେଖନ୍ତି ।

ହାତୀ ଘରେ ପଶି ମଣିଷ ମାରୁଛି । ହାତୀ ମଣିଷ ଲଢେଇର ସମାପ୍ତି କରିପାରୁନଥିବା ସରକାରଙ୍କୁ ଓଡିଶା ଶାସନରୁ ତଡିବାକୁ ପଡିବ । ଢେଙ୍କାନାଳରୁ ଆରମ୍ଭ ହୋଇଥିବା ମୋ-ଦଳ ଅଭିଯାନରେ କିଭଳି ଶହଶହ କର୍ମକର୍ତା ସାମିଲ୍ ହୋଇ ମୋ-ଦଳକୁ ନବୀନଙ୍କ ବିକଳ୍ପ ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ସାହୁ, ସୁଧାକର ପରିଡା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରେବତୀ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ହାତୀ, ବାର୍ହା, ମାଙ୍କଡଙ୍କ ସମସ୍ୟା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଆହ୍ୱାନ ଦେଇଥିଲେ । ମୋ-ଦଳର କର୍ମକର୍ତା ଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରହଲ୍ଲାଦ ସାହୁ-ଜିଲ୍ଲା ସଭାପତି, ଚନ୍ଦ୍ରମଣୀ ବରାଳ-ଜିଲ୍ଲା ସଂଯୋଜକ କୃଷକ ସଂଗଠନ, ରେବତୀ ବେହେରା-ଜିଲ୍ଲା ମହିଳା ସଭାନେତ୍ରୀ, ସୁଧାକର ପରିଡା – ସଂପାଦକ, ଦିବ୍ୟଜ୍ୟୋତି ନାୟକ ଜିଲ୍ଲା କର୍ଯ୍ୟକାରୀ ସଭାପତି, ପର୍ଶୁରାମ ମହାଭୋଇ – ସଂପାଦକ, ପ୍ରେମଲତା ରାଉତ – ବ୍ଲକ୍ ସଭାନେତ୍ରୀ, ଓଡାପଡା, ସହ-ସଭାନେତ୍ରୀ ସରସ୍ୱତୀ ରାଉତ ଜିଲ୍ଲା କମିଟି ସଭ୍ୟ ଭାବେ ମଳୟ ସାହୁ, ରଘୁନାଥ ସିଂ, ଭାଗିରଥୀ ସାହାଣୀ, ଅର୍ଜୁନ ଚରଣ ସାହୁ, ଲକ୍ଷ୍ମୀଧର ସାହୁ, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖଙ୍କୁ ନିଆଯାଇଥିଲା ।

ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଭୟ ନାୟକ, ଶ୍ରୀପତି ପ୍ରଧାନ, ଗନ୍ଧର୍ବ ସାହୁ, ଅନ୍ତର୍ଯ୍ୟାମୀ ବରାଳ, ନୀଳମଣି ବରାଳ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଯୋଗଦେଇ ଜିଲ୍ଲା ସମ୍ମିଳନୀକୁ ସଫଳ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.